କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୨୦ ଆନ୍ତର୍ଜାତିକ ଦିନିକିଆ ମ୍ୟାଚରେ ଗୋଟିଏ ପାଳିରେ ସର୍ବାଧିକ ଅତିରିକ୍ତ ରନ୍ ବ୍ୟୟ କରିବା ଭଳି ଏକ ଅଲୋଡ଼ା କୀର୍ତ୍ତିମାନ ଶ୍ରୀଲଙ୍କା ନାମରେ ରହିଛି। ୧୯୯୦ ମସିହାରେ ଭାରତ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ୩୨ ଅତିରିକ୍ତ ରନ୍ ବ୍ୟୟ କରିଥିଲା। ସେଥିମଧ୍ୟରେ ୮ ବାଇ, ୧୯ ଲେଗ ବାଇ, ୪ ଵାଇଡ୍ ଓ ଗୋଟିଏ ନୋ ବଲ୍ ରହିଥିଲା। ତେବେ ଏହି ଦଳ ପଛକୁ ରହିଛି ଭାରତ। ୨୦୦୦ ମସିହାରେ ଜିମ୍ବାୱେ ବିପକ୍ଷରେ ୨୬ ରନ୍, ୨୦୦୭ରେ ୱେଷ୍ଟଇଣ୍ତିଜ ବିପକ୍ଷରେ ୨୪, ୨୦୧୧ରେ ୱେଷ୍ଟଇଣ୍ତିଜ ବିପକ୍ଷରେ ୨୩ ଅତିରିକ୍ତ ରନ୍ ବ୍ୟୟ କରିଥିଲା। ଏହି ଅଲୋଡା ତାଲିକାର ସବୁଠୁ ତଳେ ବି ଭାରତ ରହିଛି। ବାରବାଟୀରେ ୧୯୮୮ ମସିହାରେ ନ୍ୟୁଜିଲାଣ୍ତ ବିପକ୍ଷରେ ଘରୋଇ ଦଳ ଖେଳିଥିବାବେଳେ ମାତ୍ର ୪ରନ୍ ଅତିରିକ୍ତରୁ ମିଳିଥିଲା। ଏହି ସମସ୍ତ ରନ୍ ଲେଗ୍ ବାଇରୁ ବାହାରିଥିଲା। ତେବେ ଅନ୍ୟ ଅତିରିକ୍ତ ରନ୍ ଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କା ସହ ଇ˚ଲଣ୍ତ ମଧ୍ୟ ୮ଟି ବାଇ ଦେଇ ଶୀର୍ଷରେ ରହୁଥିବାବେଳେ ଲେଗ ବାଇରେ ଶ୍ରୀଲଙ୍କା (୧୯), ଵାଇଡ୍ରେ ଭାରତ (୨୦) ଓ ନୋ ବଲ୍ରେ ୱେଷ୍ଟ୍ଇଣ୍ତିଜ (୧୨) ଆଗରେ ଅଛନ୍ତି।
ବାରବାଟୀ ଦିନିକିଆ ଆଉ ୧୨ ଦିନ: ଅତିରିକ୍ତ ରନ୍ ବ୍ୟୟରେ ଶ୍ରୀଲଙ୍କା ଶୀର୍ଷରେ, ଭାରତ ତଳେ
/sambad/media/post_attachments/wp-content/uploads/2019/11/barabati-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)