ବାରବାଟୀ ଦିନିକିଆ ଆଉ ୯ ଦିନ, ଆଖି ଝଲସାଇବ କ୍ଲକ୍‌ ଟାଵାର

କଟକ: ଭାରତ-ୱେଷ୍ଟଇଣ୍ତିଜ୍‌ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ତେବେ ମ୍ୟାଚ୍‌ ବେଳକୁ ସବୁଠୁ ଆକର୍ଷଣର କେନ୍ଦ୍ର ପାଲଟିବ ଷ୍ଟାଡିୟମର ପରିଚୟ ପାଲଟିଥିବା କ୍ଲକ୍‌ ଟାଵାର। ଦୀର୍ଘ ବର୍ଷ ଧରି କ୍ଲକ୍‌ ଟାଵାର ବାରବାଟୀର ପରିଚୟକୁ ବଖାଣି ଆସୁଥିଲାବେଳେ ଏବର୍ଷଠୁ ଏହାର ରୂପରେ ସାମାନ୍ୟ ପରିବର୍ତ୍ତନ କରାଯାଉଛି।

ଟାଵାରର ମୂଳ ନିର୍ମାଣରେ କୌଣସି ପରିବର୍ତ୍ତନ କରାଯାଉନଥିଲାବେଳେ ଏହାର ବାହ୍ୟ ଢାଞ୍ଚାର ସୌନ୍ଦର୍ଯ୍ୟକରଣ କରାଯାଉଛି। ସମୁଦ୍ୟମ ପ୍ରୋଜେକ୍ଟସ୍‌ ପ୍ରାଇଟେ ଲିମିଟେଡ୍‌ ପକ୍ଷରୁ କ୍ଲକ୍‌ ଟାଵାରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବାବେଳେ ଏହାର ପ୍ରତ୍ୟେକ ମହଲା ଛାତରେ କ˚କ୍ରିଟ ଜାଲି ଲଗାଯାଉଛି। ଏଥିସହିତ ଆଲୋକର ପ୍ରତିବିମ୍ବ ଆସିପାରୁନଥିବା ଭଳି ଵାଲ ଟାଇଲ୍ସ ମଧ୍ୟ କାନ୍ଥରେ ଲଗାଯାଉଛି। କବାଟଗୁଡ଼ିକରେ ବି କିଛି ପରବର୍ତ୍ତନ ହେଉଛି। ପ୍ରତି ମହଲାରେ ସିଲି˚ କରାଯାଇ ଫୋକସ୍‌ ଲାଇଟ୍‌ ଲଗାଯାଉଛି। ଯାହାଦ୍ବାରା ରାତି ସମୟରେ ଟାଵାରର ସୌନ୍ଦର୍ଯ୍ୟ ଆହୁରି ବଢିଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଟାଵାର ଶୀର୍ଷରେ ଥିବା ଘଣ୍ଟିକୁ ସୁନେଲି ରଙ୍ଗରେ ରଙ୍ଗାଯିବ ଏବ˚ ଚାରିପଟେ ନୂଆ ଘଣ୍ଟା ଲାଗିବ। ଆଉ ଦୁଇ ତିନି ଦିନ ମଧ୍ୟରେ କାମ ଶେଷ ହୋଇଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର