କଟକ : ଭାରତ ଓ େଵଷ୍ଟଇଣ୍ତିଜ୍‌ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ମଧ୍ୟ ଭାରତ ବିଜୟୀ ହୋଇଥିଲା। ଯାହାଫଳରେ ବାରବାଟୀରେ େଵଷ୍ଟଇଣ୍ତିଜ ବିପକ୍ଷରେ ଭାରତର ବିଜୟ ସଫଳତା ୩-୦ ରହିଛି। ୨୦୧୧, ନଭେମ୍ବର ୨୯ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୧ ଵିକେଟରେ ବିଜୟୀ ହେବା ସହ ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଅଧିନାୟକ ବୀରେନ୍ଦ୍ର ସେହଵାଗ ଟସ୍‌ ଜିତି ବୋଲି˚ କରିବାକୁ ନିଷ୍ପତ୍ତି ନେଇଥିଲେ। ଭ୍ରମଣକାରୀ ଦଳର ଡାରେନ୍‌ ବ୍ରାଭୋ ଏକମାତ୍ର ଖେଳାଳି ଭାବେ ଅର୍ଧଶତକ (୬୦) ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲେଣ୍ତଲ ସିମନ୍ସ ୧୯, ଆଦ୍ରିଆନ୍‌ ବାରାଥ ୧୭, ମାର୍ଲନ୍‌ ସାମୁଏଲ୍ସ ୧୦, ଡାଞ୍ଜା ହାୟଟ ୩୧, କାଏରନ୍‌ ପୋଲାର୍ଡ ୧୩, ଦୀନେଶ ରାମଦିନ୍‌ ୧୪, ଆନ୍ଦ୍ରେ ରସେଲ ୨୨ ରନ୍‌ର ପାଳି ଖେଳିଥିଲେ। େଵଷ୍ଟଇଣ୍ତିଜ୍‌ ନିର୍ଧାରିତ ଓଭର ସୁଦ୍ଧା ୯ ଵିକେଟ ବିନିମୟରେ ୨୧୧ ରନ୍‌ କରିଥିଲା। ଘରୋଇ ଦଳ ପାଇଁ ଉମେଶ ଯାଦବ ୨, ବରୁଣ ଆରୋନ୍‌ ୨, ବିନୟ କୁମାର, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ସୁରେଶ ରାଇନା ପ୍ରତ୍ୟେକ ଗୋଟିଏ ଲେଖାଏ ଵିକେଟ ପାଇଥିଲେ। ୨୧୨ ରନ୍‌ର ଲକ୍ଷ୍ୟକୁ ପିଛା କରି ପାର୍ଥିବ ପଟେଲ ଓ ବୀରେନ୍ଦ୍ର ସେହଵାଗ (୨୦) ମଧ୍ୟ ବିସ୍ଫୋରକ ଆରମ୍ଭ କରିଥିଲେ। କିନ୍ତୁ ୧୨ ରନ୍‌ କରିଥିଲା ବେଳେ ପାର୍ଥିବ ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ତାଙ୍କ ପଛକୁ ଗୌତମ ଗମ୍ଭୀର (୪) ଓ ବିରାଟ କୋହଲି (୩) ମଧ୍ୟ ଶସ୍ତାରେ ଵିକେଟ ହରାଇଥିଲେ। ମଧ୍ୟକ୍ରମରେ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଦେଜା ପାଳି ସମ୍ଭାଳିବା ସହ ଷଷ୍ଠ ଵିକେଟରେ ୮୩ ରନ୍‌ ଯୋଡ଼ିଥିଲେ। ଜାଦେଜା ୩୮ ରନ୍‌ରେ ଆଉଟ ହେବା ପରେ ନିମ୍ନକ୍ରମରୁ ମଧ୍ୟ ରୋହିତଙ୍କୁ ଭଲ ସହଯୋଗ ମିଳୁଥିଲା। ଏଥିମଧ୍ୟରେ ସେ ତାଙ୍କର ଅର୍ଧଶତକ ପୂରଣ କରି ୭୨ ରନ୍‌ରେ ଆଉଟ ହୋଇଥିଲେ। ଏହାସତ୍ତ୍ବେ ଭାରତ ୪୮.୫ ଓଭରରେ ୯ ଵିକେଟ ହରାଇ ମ୍ୟାଚ୍‌ ଜିତିବାରେ ସକ୍ଷମ ହୋଇଥିଲା। ଅର୍ଧଶତକୀୟ ପାଳି ପାଇଁ ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।