କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ େଵଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଦିନିକିଆ କ୍ରିକେଟ ମ୍ୟାଚ୍ ପାଇଁ ଗୁରୁବାର ଅନ୍ଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ହେଲେ ଅନ୍ଲାଇନ୍ରେ ବିକ୍ରି ଆରମ୍ଭ ହେବାର ୧୫ ମିନିଟ୍ ମଧ୍ୟରେ ସମସ୍ତ ଗ୍ୟାଲେରି ଟିକଟ୍ ଶେଷ ହୋଇଯାଇଥିଲା। ଏପରିକି ସ˚ଧୢା ୭ଟା ବେଳକୁ ସମସ୍ତ ଟିକଟ୍ ଶେଷ ହୋଇଯାଇଥିଲା। ଅନ୍ଲାଇନ୍ ବିକ୍ରି ପାଇଁ ମୁମ୍ବାଇର େଵଷ୍ଟଲାଣ୍ତ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଟିକଟ୍ ବିକ୍ରିର ଏଜେନ୍ସି ନେଇଥିଲା। ପେଟିଏମ୍ ଓ ଇନ୍ସାଇଡର ଡଟ୍ ଇନ୍ େଵବସାଇଟରେ ଅନ୍ଲାଇନ୍ ବିକ୍ରି କରାଯାଇଥିଲା। ଅନ୍ଲାଇନ୍ରେ ଗ୍ୟାଲେରି ନମ୍ବର ୧, ୩, ୫, କର୍ପୋରେଟ ବକ୍ସ ଟିକଟ୍କୁ ବାଦ୍ ଦିଆଯାଇଥିଲା ବେଳେ ୫୦୦ ଟଙ୍କିଆ ୨ ଓ ୪ ନମ୍ବର ଗ୍ୟାଲେରିରୁ ୩ ହଜାର ଲେଖାଏ ବିକ୍ରି ପାଇଁ ଛଡ଼ାଯାଇଥିଲା। ଏହାବ୍ୟତୀତ ୪୦୦ ଟଙ୍କିଆ ୬ ନମ୍ବର ଗ୍ୟାଲେରିର ୧୫୦୦ ଟିକଟ୍, ୫ ହଜାର ଟଙ୍କିଆ ନିଉ ପାଭିଲିୟନର ୫୦ ଟିକଟ୍, ୩ ହଜାର ଟଙ୍କିଆ ସ୍ପେଶାଲ ଏନ୍କ୍ଲୋଜର-ଏ’ର ୫୦୦ ଟିକଟ୍, ୫ ହଜାର ଟଙ୍କିଆ ୪ ନମ୍ବର ଗ୍ୟାଲେରି ଏସି ବକ୍ସର ୧୦୦ ଟିକଟ୍ ଅନ୍ଲାଇନ୍ ବିକ୍ରି ପାଇଁ ଛଡ଼ାଯାଇଥିଲା। ଗୁରୁବାର ଅପରାହ୍ନ ୫ଟା ୧୫ ମିନିଟ୍ରେ ଅନ୍ଲାଇନ୍ ସାଇଟ୍ରେ ଲିଙ୍କ୍ ଦିଆଗଲା। ଏହାର ଠିକ୍ ୧୫ ମିନିଟ୍ ପରେ ଦେଖିବା ବେଳକୁ ଗ୍ୟାଲେରି ଟିକଟ୍ ଉପଲବ୍ଧ ନଥିବା ଦର୍ଶାଇଥିଲା। ତେବେ ଯେଉଁମାନେ ଅନ୍ଲାଇନ୍ରେ ଟିକଟ୍ କିଣିସାରିଛନ୍ତି, ସେମାନେ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ ସ୍କୁଲ୍ କାଉଣ୍ଟରରୁ ଟିକଟ୍ ସ˚ଗ୍ରହ କରିପାରିବେ। ୧୪ ଓ ୧୫ ତାରିଖରେ ଓସିଏ ଅନୁବନ୍ଧିତ ଜିଲ୍ଲା, ସ୍କୁଲ୍, କଲେଜ ଓ କ୍ଲବ୍ଗୁଡ଼ିକୁ ଏବ˚ ୨୦ ଓ ୨୧ ତାରିଖରେ କାଉଣ୍ଟରରେ ସାଧାରଣ ଲୋକଙ୍କ ପାଇଁ ଟିକଟ୍ ବିକ୍ରି କରାଯିବ।
ବାରବାଟୀ ଦିନିକିଆ ଆଉ ୧୫ ଦିନ, ୧୫ ମିନିଟ୍ରେ ସରିଗଲା ଅନ୍ଲାଇନ୍ ଟିକଟ୍
/sambad/media/post_attachments/wp-content/uploads/2019/11/barabati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)