ବାରବାଟୀକୁ ଫେରିଲା ଆନ୍ତର୍ଜାତିକ ମ୍ୟାଚ୍‌: ଜୁନ୍‌ ୧୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦

କଟକ: ବାରବାଟୀକୁ ଫେରିଲା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଜୁନ୍‌ ୧୨ ତାରିଖ ରବିବାର ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବାରବାଟୀରେ ଖେଳାଯିବ। ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ୯ ତାରିଖରେ ଦିଲ୍ଲୀ, ୧୨ ତାରିଖରେ କଟକ, ୧୪ ତାରିଖରେ ବିଶାଖାପାଟଣା, ୧୭ ତାରିଖରେ ରାଜକୋଟ, ୧୯ ତାରିଖରେ ବାଙ୍ଗାଲୋରରେ ମ୍ୟାଚ୍‌ ଖେଳାଯିବାକୁ ସୂଚୀ ପୁନଃନିର୍ଧାରିତ ହୋଇଛି। ତେବେ ଚେନ୍ନାଇ ମ୍ୟାଚ୍‌ ଆୟୋଜନ ପାଇଁ ମନା କରିବାରୁ ପଞ୍ଚମ ମ୍ୟାଚ୍‌ ବେଙ୍ଗାଲୁରୁକୁ ଦିଆଯାଇଥିବା ଜଣାପଡ଼ିଛି।

ପୂର୍ବରୁ ବାରବାଟୀରେ ଭାରତ ଓ େଵଷ୍ଟ ଇଣ୍ତିଜ ମଧ୍ୟରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଆୟୋଜନ ହେବାର ଥିଲା। କିନ୍ତୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ କୋଲକାତାରେ ଖେଳାଯାଇଥିଲା। ଯେଉଁ କ୍ରିକେଟ ସ˚ଘମାନେ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନରୁ ବଞ୍ଚିତ ହୋଇଥିଲେ ସେମାନଙ୍କୁ ପରବର୍ତ୍ତୀ ଶୃଙ୍ଖଳାର ମ୍ୟାଚ୍‌ଗୁଡ଼ିକୁ ବାଣ୍ଟି ଦିଆଯାଉଛି। ତେବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଆୟୋଜନ ପାଇଁ ଓସିଏକୁ କୁହାଯାଇଥିଲେ ବି ଏହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଯେକୌଣସି ଏକ ମ୍ୟାଚ୍‌ ମିଳିବ ବୋଲି ଅନୁମାନ କରାଯାଉଥିଲା। ଶୁକ୍ରବାର ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଉପରେ ଆଲୋଚନା ପାଇଁ ବିସିସିଆଇର ଏକ ବୈଠକ ବସିଥିଲା ବେଳେ ପରିବର୍ତ୍ତିତ ଖେଳସୂଚୀ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ପୂର୍ବରୁ ବାରବାଟୀରେ ଦୁଇଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ୨୦୧୫, ଅକ୍ଟୋବର ୫ ତାରିଖରେ ଦକ୍ଷିଣ ଆଫ୍ରିକା ଓ ୨୦୧୭ ଡିସେମ୍ବର ୨୦ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ମ୍ୟାଚ୍‌ ଖେଳିଥିଲା। ବିବାଦ ଭରା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୬ ଵିକେଟ୍‌ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ଥର ଭାରତ ପକ୍ଷରେ ଫଳାଫଳ (୯୩ ରନ୍‌) ଆସିଥିଲା। ଏବେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଥର ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ କଟକ ଆସିବ। ବାରବାଟୀକୁ ଟ୍ବେଣ୍ଟି-୨୦ ମ୍ୟାଚ୍‌ ମିଳୁଥିବାରୁ ଏନେଇ ଓସିଏ ସମ୍ପାଦକ ସ˚ଜୟ ବେହେରା ମଧ୍ୟ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ୍‌ ପାଇଁ ଦୀର୍ଘ ଦିନରୁ ଦାବି ରହିଆସିଥିଲା। ଶେଷରେ ଓସିଏର ଆଶା ପୂରଣ ହୋଇଛି ବୋଲି ସ˚ଜୟ କହିଛନ୍ତି। ମ୍ୟାଚ୍‌ ପାଇଁ ନୂଆ ପଡ଼ିଆ, ପିଚ୍‌ ପ୍ରସ୍ତୁତ ରହିଛି। ନୂଆ ଏଲ୍‌ଇଡି ଫ୍ଲଡ୍‌ ଲାଇଟ୍‌ ଲଗାଯାଇଛି। ୬ ଓ ୭ ନମ୍ବର ଗ୍ୟାଲେରିର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଖେଳାଳି ଡ୍ରେସି˚ ରୁମ୍‌କୁ ନୂଆ ରୂପ ଦିଆଯାଉଛି। ଚାରିଆଡେ ରଙ୍ଗକାମ ମଧ୍ୟ ଚାଲିଛି। ଓସିଏ ମ୍ୟାଚ୍‌ ପାଇଁ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ରହିଥିବା ସ˚ଜୟ କହିଛନ୍ତି। ତଥାପି ଦର୍ଶକଙ୍କ ଉପସ୍ଥିତି ସ˚କ୍ରାନ୍ତରେ ରାଜ୍ୟ ସରକାରଙ୍କ ଅନୁମତି ମିଳିଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଦର୍ଶକ ଓ ବିନା ଦର୍ଶକ ଉଭୟ ପାଇଁ ପୂର୍ବରୁ ଦୁଇ ପ୍ରକାର ବ୍ୟୟ ଅଟକଳ ପ୍ରସ୍ତୁତ ରହିଛି। କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ଗ୍ରହଣ କରିବୁ ବୋଲି ସ˚ଜୟ ପ୍ରତିକ୍ରିୟା ଦେଇଛନ୍ତ।

ସମ୍ବନ୍ଧିତ ଖବର