କଟକ: ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଫିଫା କର୍ମଶାଳା ଉଦ୍ଘାଟିତ ହୋଇଛି। ସିଏମ୍ସି ମେୟର ମିନାକ୍ଷୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର ଶ୍ରେଷ୍ଠ ୩୫ ମହିଳା ଫୁଟ୍ବଲ୍ ଖେଳାଳି ଯୋଗଦେଇଛନ୍ତି। ଏଏଫ୍ସି ବୈଷୟିକ ଅଧିକାରୀ ଜର୍ମାନ୍ର ଅଞ୍ଜା ପଲ୍ସେଭିକ୍ ମୁଖ୍ୟ ପ୍ରଶିକ୍ଷକ ଭାବେ କର୍ମଶାଳାରେ ପ୍ରଶିକ୍ଷଣ ଦେଉଥିବା ବେଳେ ତାଙ୍କୁ ଭାରତର ୩ ପ୍ରଶିକ୍ଷକ ମେୟମଲ୍ ରକି, ଚୌବା ଦେବୀ, ରୋନିବାଳା ଚାନୁ ସହଯୋଗ କରୁଛନ୍ତି। ଆସନ୍ତା ୭ ତାରିଖରୁ ଫୁଟ୍ବଲ୍ ପ୍ରଶିକ୍ଷକମାନଙ୍କୁ ନେଇ ଏକ ରିଫ୍ରେସର ପାଠ୍ୟକ୍ରମ ଆୟୋଜିତ ହେବ। ସେଥିରେ ଓଡ଼ିଶାରୁ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୀତାଞ୍ଜଳି ଖୁଣ୍ଟିଆ, ମମତା ସାମନ୍ତ ଯୋଗଦେଉଥିବା ଫାଓ ପକ୍ଷରୁ ସୂଚନା ଦିଆଯାଇଛି। କର୍ମଶାଳା ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଏଆଇଏଫ୍ଏଫ୍ର ଆକାଂକ୍ଷା ଛିବର, ଫାଓ ଉପ ସଭାପତି ଦିଲ୍ଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ସଙ୍ଗୀତା ଶର୍ମା, ବିଜୟ କୁମାର ଦାସ, ସିଏମ୍ସି ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ରଂଜନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp