କପିଳଙ୍କ ସହ ଓସିଏର ଆଲୋଚନା : ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ପୂର୍ବରୁ ଶେଷ ହେବ ଫ୍ଲଡ୍‌ଲାଇଟ କାର୍ଯ୍ୟ

କଟକ : ଡିସେମ୍ବର ୨୨ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପୂର୍ବରୁ ବାରବାଟୀ ଷ୍ଟାଡିୟମର ଫ୍ଲଡ୍‌ଲାଇଟ ମରାମତି କାର୍ଯ୍ୟ ଶେଷ ହେବ। ଏଥିପାଇଁ ଦେବ ମେସ୍କୋ ସ˚ସ୍ଥା ପକ୍ଷରୁ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଓଡ଼ିଶା କ୍ରିକେଟ‌୍ ସ˚ଘ ପାଖରେ ପାଣ୍ଠି ଅଭାବ ଯୋଗୁ ଏହି ସ˚ସ୍ଥା ନିର୍ଧାରିତ ସମୟ ମଧ୍ୟରେ ମରାମତି ଶେଷ କରିବା ନେଇ ଆଶଙ୍କା ଉପୁଜିଥିଲା। ହେଲେ ଓସିଏ ପକ୍ଷରୁ ଏହି ସ˚ସ୍ଥାର ଭାରତ ମୁଖ୍ୟ କପିଳ ଦେବଙ୍କ ସହିତ ଆଲୋଚନା ପରେ ଡିସେମ୍ବର ୨୨ ମ୍ୟାଚ୍‌ ପୂର୍ବରୁ ମରାମତି ଶେଷ ହେବ ବୋଲି ଆଶ୍ବାସନା ଦିଆଯାଇଥିବା ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୭ ତାରିଖରେ ସ˚ସ୍ଥାର ୨ ଜଣ ଅଧିକାରୀ ବାରବାଟୀରେ ଫ୍ଲଡ୍‌ଲାଇଟ୍‌ ସର୍ଭେ କରିଥିଲେ। ବାତ୍ୟା ଫନି ପ୍ରଭାବରେ ୮ ଖୁଣ୍ଟିରୁ ୫୬ ଲାଇଟ୍‌ ସ˚ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ୨୦୦୩ ମସିହାରୁ ଲଗାଯାଇଥିବା ଏହି ଲାଇଟଗୁଡିକୁ ବଦଳାଯାଇ ଏଲ୍‌ଇଡି ଲାଇଟ୍‌ ଲଗାଯିବାକୁ ଯୋଜନା କରାଯାଇଥିବା ସୂଚନା ଦିଆଯାଇଥିଲା। ବର୍ତ୍ତମାନ ନିର୍ବାଚନ ଶେଷ ହୋଇଯାଇଥିବାରୁ ଖୁବ୍‌ଶୀଘ୍ର ଓସିଏକୁ ପାଣ୍ଠି ଆସିବ ଏବ˚ ପାଣ୍ଠି ମିଳିବା ପରେ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସ˚ଜୟ କହିଛନ୍ତି। ଅନ୍ୟପକ୍ଷରେ ଏହି ଦିନିକିଆ ମ୍ୟାଚ୍‌କୁ ସୁଚାରୁରୂପେ ଆୟୋଜନ ପାଇଁ ବିସିସିଆଇ କର୍ମକର୍ତ୍ତା ଓ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ଏଥିପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ବିସିସିଆଇ ଆଶ୍ବାସନା ଦେଇଥିବା ସ˚ଜୟ କହିଛନ୍ତି।

ସମ୍ବନ୍ଧିତ ଖବର