କଟକ : ଫନି କ୍ଷୟକ୍ଷତି ପରେ ଓସିଏ ଓ ଷ୍ଟାଡିୟମ ସ୍ଥାଣୁ ଅବସ୍ଥାରେ ଥିଲା। ପାଣ୍ଠି ଆସୁନଥିଲା। ତେଣୁ ଏତେ କମ୍ ସମୟ ମଧ୍ୟରେ କିପରି ଷ୍ଟାଡିୟମର ମରାମତି ହେବ ତାହା ଦ୍ବନ୍ଦ୍ବରେ ଥିଲା। କିନ୍ତୁ ଏବେ ଉଭୟ ଦଳ ଅଭ୍ୟାସ କରିସାରିଲେଣି। ଆମେ ମଧ୍ୟ ପ୍ରସ୍ତୁତ ହୋଇଯାଇଛୁ। ଯେଉଁକାମ କରିବାରେ ଅତିକମ୍ରେ ୬ ମାସ ସମୟ ଲାଗିଥାନ୍ତା, ତାହାକୁ ଆମେ ୨୦ ଦିନରେ ସାରିଛୁ। ମରାମତି କାମ ପାଇଁ ରାତି ଦିନ ଏକ କରି ଲୋକମାନେ ପରିଶ୍ରମ କରିଛନ୍ତି। ତଥାପି କିଛି କାମ ବାକି ରହିଯାଉଛି। ତାହାକୁ ପରବର୍ତ୍ତୀ ସମୟରେ କରିବୁ। ୭ ନମ୍ବର ଗ୍ୟାଲେରି କାମ କରିବାକୁ ତିନିମାସ ସମୟ ଲାଗିବ। ଗ୍ୟାଲେରିରେ ପରିସ୍ରାଗାର ମରାମତି ଶେଷ ହୋଇପାରିନି। ଏଗୁଡ଼ିକ ମ୍ୟାଚ୍ ପରେ ମରାମତି ହେବ।
ନୂଆ କର୍ମକର୍ତ୍ତା ଆସିବାର ମାତ୍ର ଅଢେଇ ମାସ ହୋଇଛି। ଏହି ମାସ ମଧ୍ୟରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ କରିବା ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ ଥିଲା। ତଥାପି ସମସ୍ତଙ୍କ ସହଯୋଗ ରହିଥିବାରୁ ଆମେ ହାର୍ ମାନିନଥିଲୁ। ଯେଉଁମାନେ ପୂର୍ବରୁ ମ୍ୟାଚ୍ ପରିଚାଳନାରେ ସ˚ପୃକ୍ତ ଥିଲେ ସେମାନଙ୍କଠୁ ସବୁବେଳେ ପରାମର୍ଶ ନେଇଛୁ। ପୂର୍ବ ବର୍ଷମାନଙ୍କ ଅପେକ୍ଷା ଷ୍ଟାଡିୟମ ଏଥର କିପରି ଅଧିକ ଆକର୍ଷଣୀୟ ହୋଇପାରିବ ତାହା ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଷ୍ଟାଡିୟମ ଭିତରେ କିଛି ନୂଆ ପଦକ୍ଷେପ ନିଆଯାଇଥିଲା। କ୍ଲକ୍ ଟାଵାର ଓ ଖେଳାଳିଙ୍କ ଡ୍ରେସି˚ ରୁମ୍କୁ ନୂଆ ରୂପ ଦିଆଯାଇଛି। ପୁରୁଣା କୀତ୍ତିରାଜିକୁ ସୁରକ୍ଷା ଦିଆଯାଇଥିବା ବେଳେ ଉପରସ୍ତରରେ ଟାଇଲ୍ସ ଓ ଡିଜାଇନ୍ କାନ୍ଥ ଲଗାଯାଇଛି। ଖେଳାଳିଙ୍କ ଡ୍ରେସି˚ ରୁମ୍କୁ ମଧ୍ୟ ସଜାଯାଇଛି। ଗ୍ୟାଲେରିରେ ଭିନାଇଲ୍ ଫ୍ଲୋରିଙ୍ଗ ମ୍ୟାଟ୍ ପକାଯାଇଛି। ପୂର୍ବରୁ ଦର୍ଶକମାନେ ଖବର କାଗଜ ପକାଇ କିମ୍ବା ମଇଳା ଗ୍ୟାଲେରିରେ ବସୁଥିଲେ। କିନ୍ତୁ ଏବେ ସଫା ସୁତୁରା ପରିବେଶରେ ମ୍ୟାଚ୍ର ମଜା ଉଠାଇ ପାରିବେ। ଏଥିପାଇଁ ହାଉସ କିପି˚ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ନିୟମିତ ଭାବେ ଗ୍ୟାଲେରି ଓ ପରିସ୍ରାଗାରକୁ ସଫାସୁତୁରା ରଖିବେ। ଅନ୍ୟପକ୍ଷରେ ସ˚ପୂର୍ଣ୍ଣ ନଷ୍ଟ ହୋଇଥିବା ପ୍ରେସ୍ ବକ୍ସକୁ ନୂଆ ରୂପ ଦିଆଯାଇଛି। ନୂଆ ଏସି, କାଚ, ବିଦ୍ୟୁତ ସ˚ଯୋଗ, ଚେୟାର ଇତ୍ୟାଦି ପକାଯାଇଛି। ବାତ୍ୟାରେ ଏସି ବକ୍ସର ସିଲି˚ ନଷ୍ଟ ହୋଇଯାଇଥିଲା, ତାହାକୁ ନୂଆ କରାଯାଇଛି। ୫ ନମ୍ବର ଗ୍ୟାଲେରିର ଛାତ ଭାଙ୍ଗିଯାଇଥିଲା, ତାହା ଉପରେ ନୂଆ ଆଜବେଷ୍ଟସ୍ ପକାଯାଇଛି। ୭ ନମ୍ବର ଗ୍ୟାଲେରି ବନ୍ଦ ହୋଇଯାଇଥିବାରୁ ପ୍ରଥମ ଥର ପାଇଁ ଦୁଇଟି ଅଲିମ୍ପିକ ବକ୍ସ ପ୍ରସ୍ତୁତ କରାଯାଉଛି। କର୍ପୋରେଟ ବକ୍ସ ସମ୍ମୁଖରେ ସାଇଟ୍ ସ୍କ୍ରିନ୍ ଦୁଇ ପାର୍ଶ୍ବରେ ୨୨୦ କ୍ଷମତା ବିଶିଷ୍ଟ ଅଲିମ୍ପିକ ବକ୍ସ ରହିବ। ଏହାବ୍ୟତୀତ କ୍ଲବ୍ ହାଉସ ଉପରେ ୧୫୦ ଚେୟାର ଓ ପ୍ରେସ୍ ବକ୍ସ ଉପରେ ଥିବା ସ୍ଥାନରେ ୧୦୦ ଚେୟାର ପକାଯିବ। ଅନ୍ୟପକ୍ଷରେ ଗ୍ୟାଲେରିରେ ଖାଇବା ଓ ପିଇବାର ବ୍ୟବସ୍ଥା କରାଯାଉଛି। ଏଥର ବ୍ରାଣ୍ତେଡ୍ ଭେଣ୍ତରଙ୍କୁ ଦାୟିତ୍ବ ଦିଆଯାଇଛି। ଚଢା ଦରରେ ଯେପରି କୌଣସି ଖାଦ୍ୟ ସାମଗ୍ରୀ ନବିକିବେ ସେଥିପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରତି ଗ୍ୟାଲେରିରେ ପାଣି ଟ୍ୟାପ ରହିବ। ବାଲିଯାତ୍ରା ଉପର ପଡିଆରେ ଏଲ୍ଇଡି ସ୍କ୍ରିନ୍ ଲଗାଯିବ। ଯେଉଁ ଦର୍ଶକମାନେ ଷ୍ଟାଡିୟମ ଭିତରକୁ ଆସିପାରୁନାହାନ୍ତି, ସେମାନେ ଷ୍ଟାଡିୟମ ବାହାରପଟେ ଏହାର ମଜା ଉଠାଇପାରିବେ। ଦର୍ଶକମାନଙ୍କ ଆଶା ଅନୁଯାୟୀ ଆମେ ବସିବା ସ୍ଥାନ ତିଆରି କରିପାରିବୁନି। ହେଲେ କିଛି ନୂଆ ସ୍ଥାନ ବାହାର କରାଯାଇଛି। ଆଶା କରୁଛୁ ଦର୍ଶକମାନେ ଆମର ପରିସ୍ଥିତିକୁ ବୁଝିପାରିବେ। ଏଥିସହିତ ଦର୍ଶକଙ୍କୁ ଆଉ ଏକ ଅନୁରୋଧ କରିବାକୁ ଚାହିଁବି ଯେ ଓଡ଼ିଶା ଏବେ କ୍ରୀଡ଼ା ରାଜଧାନୀ ଭାବେ ପରିଗଣିତ ହେଲାଣି। ତେଣୁ ଦର୍ଶକମାନେ ଏଠାରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନକରିବାକୁ ଅନୁରୋଧ କରୁଛି। ଓଡ଼ିଶା ବଦନାମ ହେବା ଭଳି ଆମେ କୌଣସି କାମ କରିବାନି। ଶାନ୍ତି ଶୃଙ୍ଖଳା ରକ୍ଷା କରି ଖେଳ ଉପଭୋଗ କରିବା ବୋଲି ଶ୍ରୀ ବେହେରା କହିଛନ୍ତି।