କଟକ : ବାରବାଟୀ ଷ୍ଟାଡିୟମରେ ଯେତେଥର ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଛି, ସେସବୁ ଅକ୍ଟୋବରରୁ ଫେବ୍ରୁଆରି ମାସ ମଧ୍ୟରେ ଖେଳାଯାଇଛି। ସାଧାରଣତଃ ଏହି ସମୟରେ ଶୀତ ପଡୁଥିବାରୁ ଖେଳ ପାଇଁ ଉପଯୁକ୍ତ ସମୟ ହୋଇଥାଏ। ଖରାଦିନେ କିମ୍ବା ବର୍ଷା ଦିନରେ ବାରବାଟୀରେ କୌଣସି ମ୍ୟାଚ୍ ହୋଇନାହିଁ। ତେବେ ଦୁଇଥର ବର୍ଷା ଯୋଗୁଁ ଖେଳ ନହୋଇପାରିବା ଘଟଣା ମଧ୍ୟ ଏଠାରେ ଘଟିଛି। ଚଳିତ ବର୍ଷ ମୌସୁମି ପହଞ୍ଚିବା ସମୟ ବେଳକୁ ବାରବାଟୀରେ ମ୍ୟାଚ୍ ଆୟୋଜନ କରାଯାଉଛି। ଏବେ ପ୍ରଥମ ଥର ଜୁନ୍ ମାସରେ ବାରବାଟୀରେ ମ୍ୟାଚ୍ ଖେଳାଯିବ। ତେଣୁ ବର୍ଷାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ରହିଛି।
ଯଦିଓ ବର୍ଷାକୁ ନେଇ ଓସିଏ କର୍ତ୍ତୃପକ୍ଷ ଭୟଭୀତ ନୁହଁନ୍ତି, ତଥାପି ପାଣିପାଗକୁ ନେଇ କିଛି ବି ଆକଳନ କରିବା ଅସମ୍ଭବ। ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଥବା ଦଳ ହେଉଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ତିନିଥର ବାରବାଟୀରେ ଖେଳିବାକୁ ଆସିଥିଲେ ହେଁ ଦୁଇଥର ବର୍ଷା ଯୋଗୁଁ ବଲ୍ ପଡ଼ିପାରିନଥିଲା। ୧୯୯୬ ଅକ୍ଟୋବର ୨୭ ତାରିଖରେ ପ୍ରଥମ ଓ ୨୦୧୩ ଅକ୍ଟୋବର ୨୬ ତାରିଖରେ ଦ୍ବିତୀୟ ଥର ପାଇଁ ମ୍ୟାଚ୍ ବର୍ଷା ଯୋଗୁଁ ବନ୍ଦ ହୋଇଥିଲା। ଏହି ଦୁଇଟି ଘଟଣାରେ ଅଷ୍ଟ୍ରେଲିଆର ପ୍ରତିଦ୍ବନ୍ଦୀ ଭାରତ ରହିଥିଲା। ତେବେ ଏଥର ବର୍ଷାର ମୁକାବିଲା ପାଇଁ ଓସିଏ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ହେଲାଣି। ପଡ଼ିଆ ଘୋଡ଼ାଇବାକୁ କଭର ଆସୁଥିଲା ବେଳେ ସୁପର ସପର ପାଣି ଶୁଖାଇବାରେ ସହାୟତା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Barabati-stadium.jpg)