ବାରବାଟୀ ଦିନିକିଆ: ଗୋଟିଏ ଓଳିରେ ଟିକେଟ୍‌ ବିକ୍ରି ଶେଷ, ନିରାଶ ହେଲେ ହଜାର ହଜାର ଦର୍ଶକ

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ଭାରତ-ୱେଷ୍ଟ୍‌ଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ପାଇଁ ଗୁରୁବାର ଷ୍ଟାଡିୟମ୍‌ର ୧୨ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ବିକ୍ରି ହେବାପାଇଁ ଉପଲବ୍ଧ ୧୦ ହଜାର ୩୯ ଖଣ୍ଡ ଟିକେଟ୍‌ ଶେଷ ହୋଇଯାଇଥିଲା। ଏହା ଦ୍ୱାରା ହଜାର ହଜାର କ୍ରିକେଟ୍‌ପ୍ରେମୀ ନିରାଶ ହୋଇ ଫେରିଯାଉଥିବା ଦେଖାଯାଇଥିଲା।

ବାରବାଟୀ ଦିନିକିଆ ପାଇଁ ସୋମବାରଠାରୁ ଅଫ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଥିଲା। ପ୍ରଥମ ଦୁଇ ଦିନ ଅନୁବନ୍ଧିତ ଜିଲ୍ଲା, କ୍ଲବ, ସ୍କୁଲ୍‌, କଲେଜଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଥିଲା। ଓସିଏ କନ୍‌ଫରେନ୍‌ସ ହଲ୍‌ରେ ଟିକେଟ୍‌ ବିକ୍ରିର ବ୍ୟବସ୍ଥା କରାଯାଇଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ତରଫରୁ ସଦସ୍ୟମାନଙ୍କୁ ଟିକେଟ୍‌ ବିକ୍ରି ହୋଇଥିଲା। ଅନୁବନ୍ଧିତ ସଦସ୍ୟଙ୍କ ପାଇଁ ୮୯୪୬ ଟିକେଟ୍‌ ସଂରକ୍ଷିତ ହୋଇଥିବା ବେଳେ ଅନ୍‌ଲାଇନ୍‌ରେ ୮୧୫୦ ଟିକେଟ୍‌ ବିକ୍ରି ହୋଇଥିଲା।

ସମ୍ବନ୍ଧିତ ଖବର