ବାରବାଟୀ ବୁଲିଲେ ପ୍ରସାରଣ ଅଧିକାରୀ

ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦

କଟକ: ଡିସେମ୍ବର ୨୦ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ପାଇଁ ବୁଧବାର ପ୍ରସାରଣ ସଂସ୍ଥା ଷ୍ଟାର୍‌ ସ୍ପୋର୍ଟ୍ସର ୪ ଜଣ ଅଧିକାରୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏଥର ପ୍ରସାରଣର ଆକାର ଓ ପ୍ରକାରରେ ଭିନ୍ନତା ରହୁଥିବାରୁ ଦୁଇଟି କଣ୍ଟ୍ରୋଲ୍‌ ରୁମ୍‌ର ଆବଶ୍ୟକତା ରହୁଛି। ଟିଭିରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଧାରା ବିବରଣୀ ମଧ୍ୟ ପ୍ରଦାନ କରାଯିବ। କ୍ୟାମେରା ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି। ତେଣୁ ଏସବୁ ପାଇଁ ଦୁଇଟି କଣ୍ଟ୍ରୋଲ୍‌ ରୁମ୍‌ର ଆବଶ୍ୟକତା ରହିଥିବା କୁହାଯାଇଛି। ପୂର୍ବ ମ୍ୟାଚ୍‌ମାନଙ୍କରେ କର୍ପୋରେଟ ବକ୍ସରେ ସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ପାଇଁ ବ୍ୟବସ୍ଥା କରାଯାଇଆସୁଥିଲା। ଏହା ବାଦ୍‌ ପ୍ରଥମ ମହଲାରେ କମେଣ୍ଟ୍ରି ବକ୍ସ ଓ ଷ୍ଟୁଡିଓ କରାଯାଉଥିଲା। ଏଥର ଷ୍ଟୁଡିଓ ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯିବ ବୋଲି ସୂଚନା ଦିଆଯାଇଛି। ସେଥିପାଇଁ କ୍ଲବ୍‌ ହାଉସ୍‌କୁ ବିକଳ୍ପ ଭାବେ ବଛାଯାଇଛି। ପୂର୍ବଦିନମାନଙ୍କରେ କ୍ଲବ୍‌ ହାଉସରେ କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟ କରୁଥିଲା। କିନ୍ତୁ ୨୦୧୪ ଆଇପିଏଲ୍‌ ପରଠୁ କର୍ପୋରେଟ ବକ୍ସ ତଳ ମହଲାକୁ କଣ୍ଟ୍ରୋଲ ରୁମ୍‌ ଭାବେ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର