କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଲଗାଯାଇଥିବା ନୂଆ ଏଲ୍‌ଇଡି ଫ୍ଲଡ ଲାଇଟ୍‌କୁ ଗୁରୁବାର ଉଦ୍‌ଘାଟନ କରାଯାଇଛି। ଏହି ଉପଲକ୍ଷେ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ର˚ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫ୍ଲଡ ଲାଇଟ୍‌କୁ ଉଦ୍‌ଘାଟନ କରିଥିଲେ। କ୍ରୀଡ଼ା ବିଭାଗ ସଚିବ ଭିନିଲ କ୍ରୀଷ୍ଣା, କଟକ ମେୟର ସୁବାସ ସି˚ହ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସ˚ଜୟ ବେହେରା, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Advertisment

ପୂର୍ବରୁ ୨୦୦୩ ମସିହାରେ ବାରବାଟୀରେ ମେଟାଲିକ୍‌ ଫ୍ଲଡ୍‌ ଲାଇଟ୍‌ ଲାଗିଥିଲା। ହେଲେ ୨୦୧୯ ଫନି ବାତ୍ୟାରେ ଲାଇଟ୍‌ କ୍ଷତିଗ୍ରସ୍ତ ହେବା ପରେ ସେଗୁଡ଼ିକୁ ପରିବର୍ତ୍ତନ କରାଯାଇ ନୂଆ ଲାଇଟ୍‌ ଲାଗିଥିଲା। କିନ୍ତୁ ଏହି ଲାଇଟ୍‌ ଗୁଡ଼ିକର ସିଆର‌୍‌ଆଇ (କଲର ରେଣ୍ତରିଙ୍ଗ ଇଣ୍ତେକ୍ସ) ହ୍ରାସ ପାଉଥିବାରୁ ପ୍ରସାରଣକାରୀ ସ˚ସ୍ଥା ଓ ଖେଳାଳିମାନେ ଅଭିଯୋଗ ଆଣିଥିଲେ। ଏଥିପାଇଁ ମେଟାଲିକ ଲାଇଟ୍‌ ପରିବର୍ତ୍ତେ ଏଲ୍‌ଇଡି ଲାଇଟ୍‌ ଲଗାଇବାକୁ ଯୋଜନା ହୋଇଥିଲା। ଫିଲିପ୍ସ କମ୍ପାନି ସହଯୋଗରେ ୮ଟି ଖୁଣ୍ଟିରେ ୩୮୪ ଲାଇଟ୍‌ ଲଗାଯାଇଛି। ପ୍ରତି ବଲ୍‌ ୧୬୦୦ ଵାଟ୍‌ ବିଶିଷ୍ଟ। ପୂର୍ବରୁ ରହିଥିବା ମେଟାଲିକ୍‌ ଲାଇଟ୍‌ର ଲକ୍ସ ଲେବଲ ପାଖାପାଖି ୨୦୦୦ ରହୁଥିଲାବେଳେ ଏଲ୍‌ଇଡି ଲାଇଟ୍‌ ଲାଗିବା ପରେ ଏହି ଲେବଲ ୩୫୦୦ ରହିଛି।