ବାରବାଟୀ ଟ୍ବେଣ୍ଟି-୨୦ ଆଉ ୩ ଦିନ: ଅଗ୍ନିଶମ ବିଭାଗ ଖୋଲିବ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌

ବିଭିନ୍ନ ସ୍ଥାନରେ ରହିବ ୧୧୭ ନିର୍ବାପକ ଯନ୍ତ୍ର, ରସୁଲଗଡ଼, ଫୁଲନଖରାରେ ରହିବ କୁଇକ୍‌ ରେସପନ୍ସ ଟିମ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତଃର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ଓଡ଼ିଶା ଅଗ୍ନିଶମ ସେବା ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏଥିପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟରେ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। କଣ୍ଟ୍ରୋଲ ରୁମ୍‌ ୨୪ ଘଣ୍ଟା ପାଇଁ ଖୋଲାଯିବ। ବାରବାଟୀ ଷ୍ଟାଡିୟମର ଭିତରେ ଓ ବାହାରେ ରହିଥିବା ଆଉଟ ପୋଷ୍ଟ ସହିତ ଭିଏଚ୍‌ଏଫ୍‌ ଜରିଆରେ କଣ୍ଟ୍ରୋଲ ରୁମ୍‌ ନିୟମିତ ଭାବେ ଯୋଗାଯୋଗରେ ରହିବ।
ଅଗ୍ନି ନିରାପତ୍ତା ପରିଚାଳନା ପାଇଁ ଏଥର ୧୨ଟି ଅସ୍ଥାୟୀ ଆଉଟପୋଷ୍ଟ ଖୋଲାଯିବ। ପୂର୍ବରୁ ୪ଟି ଆଉଟପୋଷ୍ଟ ଖୋଲୁଥିଲା। ଚଳିତ ଥର ଏନ୍‌ସିସି ଓ କ୍ଲବ୍‌ ହାଉସ ମଧ୍ୟବର୍ତ୍ତୀ ସ୍ଥାନରେ, ଓସିଏ କ୍ଲବ୍‌, ଫାଓ କାର୍ଯ୍ୟାଳୟ, ଅଲିମ୍ପିକ ହର୍ଷ ଗେଟ୍‌, ସେଣ୍ଟ ଜାଭିୟର୍ସ ସ୍କୁଲ୍‌-୧, ସେଣ୍ଟ ଜାଭିୟର୍ସ ସ୍କୁଲ୍‌-୨, ଉପର ବାଲିଯାତ୍ରା ପଡ଼ିଆ ପାର୍କି˚ ସ୍ଥାନ, ତଳ ବାଲିଯାତ୍ରା ପଡ଼ିଆ ପାର୍କି˚ ସ୍ଥାନ, ଫାଷ୍ଟ ଫୁଡ ସେଣ୍ଟର ଜୋନ୍‌-୧, ଫାଷ୍ଟ ଫୁଡ ସେଣ୍ଟର ଜୋନ୍‌-୨, ଜୁଡିସିଆଲ ଏକାଡେମୀ, ଲିଙ୍କରୋଡ୍‌ଠାରେ ଅସ୍ଥାୟୀ ଆଉଟପୋଷ୍ଟ ଖୋଲାଯାଉଛି।

ଏସବୁ ସ୍ଥାନରେ ଅଳ୍ପ ସ˚ଖ୍ୟକ ଅଗ୍ନି ନିର୍ବାପକ ଯନ୍ତ୍ର ସହିତ କର୍ମଚାରୀମାନେ ସଜାଗ କରିବାକୁ କୁହାଯାଇଛି। ଏହାବାଦ୍‌ ଗ୍ୟାଲେରି ଓ ପାଭିଲିଅନରେ ୫୧ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହିତ ୪୫ ଅଗ୍ନି ନିର୍ବାପକ ଯନ୍ତ୍ର ରହିବ। ସେହିପରି ଜେନେରେଟର ଅଞ୍ଚଳରେ ୨୦ ନିର୍ବାପକ ଯନ୍ତ୍ର, ଭିଆଇପି ଏନ୍‌କ୍ଲୋଜର, ଓସିଏ ଅଫିସ ଓ ପଡ଼ିଆ, କର୍ପୋରେଟ ବକ୍ସ-ଏ, କର୍ପୋରେଟର ବକ୍ସ-ବି, କ୍ଲବ୍‌ ହାଉସ, ଇମ୍ପା ବକ୍ସ, ସ୍ପେଶାଲ ଏନ୍‌କ୍ଲୋଜର ବ୍ଲକ-ବି’ ରେ ୧୪ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବ ବୋଲି ଜଣାପଡ଼ିଛି।

ଭୁବନେଶ୍ବରରେ ଖେଳାଳିମାନେ ରହିବାକୁଥିବାରୁ ସେଠାରେ ମଧ୍ୟ ନିରାପତ୍ତା ବ୍ୟବସ୍ଥା କଡ଼ାକଡି କରାଯାଉଛି। ହୋଟେଲ, ବିମାନ ବନ୍ଦରରୁ ହୋଟେଲ ଏବ˚ ହୋଟେଲରୁ ବାରବାଟୀ ଷ୍ଟାଡିୟମ ରାସ୍ତାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ। ୧୨ ତାରିଖରେ ଖେଳାଳିମାନେ ଜାତୀୟ ରାଜପଥ ଦେଇ ଯାତାୟତ କରିବାକୁ ଥିବାରୁ ପର୍ଯ୍ୟାପ୍ତ କର୍ମଚାରୀଙ୍କ ସହ ଦୁଇଟି କୁଇକ୍‌ ରେସପନ୍ସ ଟିମ୍‌ ପ୍ରସ୍ତୁତ ରହିବ। ଗୋଟିଏ ୟୁନିଟ୍‌ ରସୁଲଗଡ଼ ଓ ଅନ୍ୟଟି ଫୁଲନଖରାରେ ନିୟୋଜିତ ହେବେ ବୋଲି ଅଗ୍ନିଶମ ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର