ବାରବାଟୀ ଟ୍ବେଣ୍ଟି-୨୦ ଆଉ ୯ ଦିନ: ଆସିଲା ନୂଆ ସୁପର୍‌ ସପର୍‌, ବର୍ଷା ହେଲେ ଚିନ୍ତା ନାହିଁ

କଟକ: ଆସନ୍ତା ସପ୍ତାହ ବେଳକୁ ମୌସୁମୀ ଓଡ଼ିଶାରେ ପହଞ୍ଚିବାକୁ ଯାଉଛି। ତେଣୁ ବାରବାଟୀ ପଡ଼ିଆରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍‌ ସମୟରେ ସମ୍ଭାବ୍ୟ ବର୍ଷାର ମୁକାବିଲା ପାଇଁ ଓସିଏ ସବୁପ୍ରକାରର କସରତ ଏବେଠୁ କରୁଛି। ପୂର୍ବରୁୁ ବାଲି ଆଚ୍ଛାଦିତ ପଡ଼ିଆ ପ୍ରସ୍ତୁତ କରାଯାଇଥିବାରୁ ପ୍ରବଳ ବର୍ଷା ହେଲେ ବି ପଡ଼ିଆ ଘଣ୍ଟାଏ ଭିତରେ ଖେଳ ଉପଯୋଗୀ ହୋଇପାରିବ। ତଥାପି ପଡ଼ିଆକୁ ଶୁଖିଲା ରଖିବା ପାଇଁ ଲଣ୍ତନରୁ ନୂଆ କଭର ମଗାଯାଇଛି। ବର୍ଷା ହେଲେ ତୁରନ୍ତ ପଡ଼ିଆକୁ ଘୋଡ଼ାଇ ଦିଆଯିବ। ହେଲେ କଭର ଉପରେ ଯେଉଁ ପାଣି ରହିବ ତାହାକୁ ଶୁଖାଇବା ଦାୟିତ୍ବ ହେଉଛି ସୁପର ସପରର। ପୂର୍ବରୁ ୨୦୦୭ ମସିହାରେ ଭାରତ-େଵଷ୍ଟଇଣ୍ତିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲିଆରୁ ସୁପର ସପର କିଣାଯାଇଥିଲା। ସେବେଠାରୁ ଏହି ସୁପର ସପର ପ୍ରତ୍ୟେକ ମ୍ୟାଚ୍‌ ସମୟରେ ସେବା ଯୋଗାଇ ଆସୁଥିଲା। ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆରୁ ପୁଣି ଏକ ନୂଆ ସୁପର ସପର କିଣାଯାଇଛି। ଗୁରୁବାର ଏହା ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛି। ମ୍ୟାଚ୍‌ ସମୟରେ ବର୍ଷା ହେଲେ କଭର ଉପରେ ଦୁଇଟି ସୁପର ସପର ଚଲାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର