ବାରବାଟୀ ଟ୍ବେଣ୍ଟି-୨୦ ଆଉ ୧୦ ଦିନ: ପ୍ରତି ଗ୍ୟାଲେରିରେ ୨ ଡାକ୍ତର

କଟକ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବେଳେ ଦର୍ଶକମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଓସିଏ ପ୍ରସ୍ତୁତ ହୋଇଛି। ଏଥିପାଇଁ ପ୍ରତ୍ୟେକ ଗ୍ୟାଲେରିରେ ଡାକ୍ତରୀ ଦଳ ରଖିବାକୁ ଯୋଜନା କରିଛି। ସିଡିଏମ୍‌ଓଙ୍କ ନେତୃତ୍ବରେ ଗଠିତ ୩୦ ଜଣିଆ ଡାକ୍ତରୀ ଦଳକୁ ବିଭିନ୍ନ ଗ୍ୟାଲେରି, ଭିଆଇପି ବକ୍ସ ଆଦି ସ୍ଥାନରେ ନିୟୋଜିତ କରାଯିବ। ପରିବର୍ତ୍ତିତ ପାଗକୁ ଦୃଷ୍ଟିରେ ରଖି ଯଦି କୌଣସି ଦର୍ଶକ ଅସୁସ୍ଥ ହୋଇପଡ଼ନ୍ତି, ତାହେଲେ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରମାନେ ପାଖରେ ରହିବେ। ଏହି ମ୍ୟାଚର ସଫଳ ପରିଚାଳନା ପାଇଁ ଗଠିତ ବିଭିନ୍ନ ସବ୍‌କମିଟି ବୈଠକରେ ଓସିଏ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଆୟୋଜନ କମିଟି ଅଧ୍ୟକ୍ଷ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ନେତୃତ୍ବରେ ହୋଇଥିବା ପ୍ରସ୍ତୁତି ବୈଠକରେ ସବ୍‌-କମିଟିଗୁଡ଼ିକର ସଦସ୍ୟମାନଙ୍କୁ ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍‌ ଆୟୋଜନ ସ˚କ୍ରାନ୍ତରେ ପରାମର୍ଶ ଦିଆଯାଇଥିଲା।

ବୈଠକ ଶେଷରେ ଓସିଏ ସମ୍ପାଦକ ସ˚ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦର୍ଶକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବାରବାଟୀ ଷ୍ଟାଡିୟମରେ ବହୁତ ପୁରୁଣା କୋଠା ରହିଛି। ସେତେବେଳେ ଅଗ୍ନି ନିରାପତ୍ତା ଜନିତ ବ୍ୟବସ୍ଥା ନଥିଲା। ତେଣୁ ପୁରୁଣା ଢାଞ୍ଚାରେ ଦର୍ଶକମାନେ କିପରି ସୁରକ୍ଷିତ ଭାବେ ମ୍ୟାଚ୍‌ ଉପଭୋଗ କରିପାରିବେ ତାହାକୁ ଧ୍ୟାନରେ ରଖାଯାଇଛି। ଗ୍ୟାଲେରି ଅସୁରକ୍ଷିତ ଥିବା ଜଣାପଡ଼ିବା ପରେ ତାହାର ମରାମତି କରାଯାଇଛି। ପର୍ଯ୍ୟାପ୍ତ ମାତ୍ରାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଉଛି। ତେଣୁ ଏକ ସଫଳ ମ୍ୟାଚ୍‌ ଆୟୋଜନ ପାଇଁ ସ˚ଜୟ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରାମର୍ଶଦାତା କମିଟି ଅଧ୍ୟକ୍ଷ ତଥା ସିଏମ୍‌ସି ମେୟର ସୁବାସ ସି˚ହ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବାଙ୍କୀ ବିଧାୟକ ଦେବୀର˚ଜନ ତ୍ରିପାଠୀ, ଚୌଦ୍ବାର କଟକ ବିଧାୟକ ସୌଭିକ ର˚ଜନ ବିଶ୍ବାଳ, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ମେହେତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଇଓ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର