ମହିଳା ଯୁବ ବିଶ୍ୱ ମୁଷ୍ଟିଯୁଦ୍ଧ:କ୍ୱାର୍ଟର୍‌ରେ ୪ ଭାରତୀୟ 

ଗୌହାଟୀ,: ଚଳିତ ମହିଳା ଯୁବ ବିଶ୍ୱ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ୪ ଭାରତୀୟ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାର ଅଙ୍କୁଶିତା ବୋରୋ (୬୪ କିଲୋଗ୍ରାମ୍‌), ଶଶି ଚୋପ୍ରା (୫୭ କିଲୋଗ୍ରାମ୍‌), ଜ୍ୟୋତି ଗୁଲିଆ (୫୧ କିଲୋଗ୍ରାମ୍‌) ଓ ନୀତୁ (୪୮ କିଲୋଗ୍ରାମ୍‌) ନିଜ ନିଜ ମୁକାବିଲା ଜିତିଥିଲେ। ଅଙ୍କୁଶିତା ତୁର୍କିର ଆଲୁକ୍‌ କାଗ୍ଲାଙ୍କୁ, ଶଶି ତାଇଓ୍ଵାନ୍‌ର ଲିନ୍‌ ଲି େଓ୍ଵଇ-ୟିଙ୍କୁ, ଜ୍ୟୋତି ୟୁକ୍ରେନ୍‌ର ଆନାଷ୍ଟାସିଆ ଲିସିନସ୍କାଙ୍କୁ ଏବଂ ନୀତୁ ବୁଲଗେରିଆର ଏମି-ମାରି ତୋଡୋରୋଭାଙ୍କୁ ହରାଇଥିଲେ। ନେହା ଯାଦବ (୮୧ କିଲୋଗ୍ରାମ୍‌ରୁ ଅଧିକ) ଏବଂ ଅନୁପମା (୮୧ କିଲୋଗ୍ରାମ୍‌) ସିଧାସଳଖ ସେମିଫାଇନାଲ୍‌ ଖେଳିବାକୁ ଥିବାରୁ ଭାରତର ଦୁଇଟି ପଦକ ନିଶ୍ଚିତ ହୋଇଛି। ପ୍ରଥମ କରି ଭାରତରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୮ ଦେଶର ୧୫୦ରୁ ଅଧିକ ମୁଷ୍ଟିଯୋଦ୍ଧା ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର