ଷଷ୍ଠ ଥର ପାଇଁ ସ୍ୱର୍ଣ୍ଣ ଜୋତା ଜିତିଲେ ବାର୍ସିଲୋନା ଫରୱାର୍ଡ ଲିଓନେଲ ମେସି

ବାର୍ସିଲୋନା : ବାର୍ସିଲୋନା ଫରୱାର୍ଡ ଲିଓନେଲ ମେସି ସର୍ବାଧିକ ଷଷ୍ଠ ଥର ପାଇଁ ୟୁରୋପୀୟ ସ୍ବର୍ଣ୍ଣି ଜେତା (ଗୋଲ୍‌ଡେନ୍‌ ସୁ) ଗ୍ରହଣ କରିଛନ୍ତି। ବୁଧବାର ଆୟୋଜିତ ପୁରସ୍କାର ଉତ୍ସବରେ ମେସି କ୍ରମାଗତ ତୃତୀୟ ଥର ପାଇଁ ଏହି ସଫଳତା ହାତେଇଛନ୍ତି। ୟୁରୋପର ସର୍ବାଧିକ ଗୋଲ୍‌ ସ୍କୋରର୍‌ଙ୍କୁ ଏହି ପୁରସ୍କାର ମିଳିଥାଏ। ୨୦୧୮-୧୯ ଘରୋଇ ଋତୁରେ ମେସି ବାର୍ସିଲୋନା ପରୁ ୩୬ ଗୋଲ୍‌ କରିଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌ ତାରକା କିଲିଆନ୍‌ ଏମ୍‌ବାପେ (୩୩)ଙ୍କଠୁ ୩ ଗୋଲ୍‌ ଅଧିକରେ ରହିଥିଲେ।

ସମ୍ବନ୍ଧିତ ଖବର