ବାର୍ସିଲୋନା: ଲା-ଲିଗାରେ ଦୁର୍ବଳ ପ୍ରଦର୍ଶନ ଲାଗି ପ୍ରଶିକ୍ଷକ ରୋନାଲ୍ଡ କୋଏମାନଙ୍କୁ ବିଦା କରିଛି ବାର୍ସିଲୋନା। ବୁଧବାର ରାୟୋ ଭାଲେସାନୋ ବିପକ୍ଷ ଲା-ଲିଗା ମ୍ୟାଚ୍ରେ ଦଳ ୦-୧ ଗୋଲ୍ରେ ପରାଜୟ ବରଣ କରିବାରୁ କାଟାଲାନ କ୍ଲବ୍ ଏଭଳି ନିଷ୍ପତ୍ତି ନେଇଛି। ‘‘ଏଫ୍ସି ବାର୍ସିଲୋନା ପ୍ରଥମ ପ୍ରଶିକ୍ଷକ ରୋନାଲ୍ଡ କୋଏମାନଙ୍କୁ ତାଙ୍କ ଦାୟିତ୍ବରୁ ମୁକ୍ତ କରିଛି। ରାୟୋ ଭାଲେସାନୋ ବିପକ୍ଷ ମ୍ୟାଚ୍ ହାରିବା ପରେ କ୍ଲବ୍ ସଭାପତି ଜୋଆନ୍ ଲାପୋର୍ତା ତାଙ୍କୁ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ’’ ବୋଲି ଏହି ଲା-ଲିଗା କ୍ଲବ୍ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି। ବିଦା କରିବା ପରେ କୋଏମାନଙ୍କ ତାଙ୍କ ସେବା ପାଇଁ ବାର୍ସିଲୋନା ଧନ୍ୟବାଦ ଦେବା ସହ ତାଙ୍କ ପେସାଗତ ଜୀବନର ସଫଳତା କାମନା କରିଛି। ସୂଚନାଯୋଗ୍ୟ ଯେ ବାର୍ସିଲୋନା ସଂପ୍ରତି ୧୦ ମ୍ୟାଚ୍ ଖେଳି ୧୫ ପଏଣ୍ଟ ସହ ଟେବୁଲର ନବମ ସ୍ଥାନରେ ରହିଛି।
ପ୍ରଶିକ୍ଷକ କୋଏମାନଙ୍କୁ ବିଦା କଲା ବାର୍ସିଲୋନା
/sambad/media/post_attachments/wp-content/uploads/2021/10/56sf4h654sf65h4sf65hsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)