ଭାଲେନ୍ସିଆ: ବାର୍ସିଲୋନାକୁ ଲା ଲିଗା ଟ୍ରଫି ଜିତିବାରେ ଶକ୍ତ ଝଟ୍କା ଲାଗିଛି। ଏହି କ୍ଲବ୍ ମଙ୍ଗଳବାର ଲାଭେଣ୍ଟ ବିପକ୍ଷ ମ୍ୟାଚ୍କୁ ଅମୀମାଂସିତ ରଖି ଏହି ସୁଯୋଗ ହାତଛଡ଼ା କରିଛି। ଦୁଇ ଥର ଅଗ୍ରଣୀ ନେବା ସତ୍ତ୍ବେ ବାର୍ସିଲୋନା ଶେଷରେ ମ୍ୟାଚ୍କୁ ୩-୩ ଗୋଲ୍ରେ ଅମୀମାଂସିତ ରଖିଥିଲା। କ୍ଲବ୍ର ଏହି ଫଳାଫଳ ବିଶେଷକରି ଅଧିନାୟକ ଲିଓନେଲ ମେସିଙ୍କୁ ମର୍ମାହତ କରିଛି। ଏହି ଅମୀମାଂସିତ ଯୋଗୁଁ ବାର୍ସିଲୋନା ଏବେ ଲିଗ୍ ପଏଣ୍ଟ ତାଲିକାରେ ୭୬ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସିଯାଇଛି। ଏହି ଦଳ ଶୀର୍ଷରେ ଥିବା ଆଟ୍ଲେଟିକୋ ମାଦ୍ରିଦ୍ଠାରୁ ୧ ପଛରେ ଏବଂ ତୃତୀୟ ସ୍ଥାନରେ ଥିବା ରିଅଲ୍ ମାଦ୍ରିଦ୍ଠୁ ୧ ପଏଣ୍ଟ ଆଗରେ ରହିଛି। ତେବେ ଉଭୟ ମାଦ୍ରିଦ୍ (ଆଟ୍ଲେଟିକୋ ଓ ରିଅଲ୍) ଦଳ ପାଖରେ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ବାକି ରହିଥିବାରୁ ବାର୍ସିଲୋନାର ଟ୍ରଫି ଜିତିବା ଆଶା ସଂପୂର୍ଣ୍ଣ ମଉଳିଯାଇଛି।
ବାର୍ସିଲୋନାକୁ ଝଟ୍କା: ଲା ଲିଗା ଟ୍ରଫି ହାତଛଡ଼ା
/sambad/media/post_attachments/wp-content/uploads/2021/05/5f4hs4f98h4sf94h95fshhhhhhhhhhhhhhhh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)