ପୁଣି ଥରେ ବାର୍କଲେ ହୋଇପାରନ୍ତି ଆଇସିସି ମୁଖ୍ୟ

ଦୁବାଇ : ନ୍ୟୁଜିଲାଣ୍ଡର ଗ୍ରେଗ୍‌ ବାର୍କଲେ ପୁଣି ଥରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇପାରନ୍ତି। ଡିସେମ୍ବର ୨୦୨୦ରେ ବାର୍କଲେ ପ୍ରଥମ ଥର ଲାଗି ଏହି ପଦ ଲାଗି ନିର୍ବାଚିତ ହୋଇଥିଲେ। ସେ ଆଉ ଦୁଇ ବର୍ଷ ଲାଗି ଏହି ପଦ ଗ୍ରହଣ କରିପାରନ୍ତି। ଶନିବାର ନିର୍ବାଚନ ହେବାକୁଥିଲା ବେଳେ ସେ ଓ ଜିମ୍ବାୱେର ତାଭେଙ୍ଗୱା ମୁକୁଲାନି ଅଧ୍ୟକ୍ଷ ପଦ ପାଇଁ ଲଢ଼େଇ କରୁଛନ୍ତି। ହେଲେ ନିର୍ବାଚନ ଦିନ ମୁକୁଲାନି ଓହରି ଯିବାର ସମ୍ଭାବନା ରହିଛି। ତେଣୁ ବା‌ର୍କଲେ ବିନା ପ୍ରତିନ୍ଦ୍ବନ୍ଦ୍ବିତାରେ ନିର୍ବାଚିତ ‌ହେବାର ସମ୍ଭାବନା ଦେଖାଦେଇଛି।

ସମ୍ବନ୍ଧିତ ଖବର