ଇମାମଙ୍କୁ ବେୟାରଷ୍ଟୋଙ୍କ ଶତକୀୟ ଜବାବ

ପାକିସ୍ତାନକୁ ହରାଇଲା ଇଂଲଣ୍ଡ୍‌

ବ୍ରିଷ୍ଟଲ୍: ତୃତୀୟ ଦିନିକିଆରେ ପାକିସ୍ତାନକୁ ଇଂଲଣ୍ଡ ୬ ୱିକେଟ୍‌ରେ ହରାଇ ଦେଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୩୫୯ ରନ୍ ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୫ ଓଭର ପୂର୍ବରୁ ୪ ୱିକେଟ୍‌ ବିନିମୟରେ ହାସଲ କରି ନେଇଥିଲା। ଏଥି ସହିତ ଇଂଲଣ୍ଡ ୫ ମ୍ୟାଚ୍‌ ଶୃଙ୍ଖଳାରେ ମଧ୍ୟ ୨-୦ରେ ଆଗୁଆ ହୋଇଛି।
ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଇମାମ୍ ଉଲ୍ ହକ୍ (୧୫୧, ୧୩୧ ବଲ୍‌, ୧୬ ଚୌକା, ୧ ଛକା)ଙ୍କ ଶତକ ବଳରେ ପାକିସ୍ତାନ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୫୮ ରନ୍ କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅସିଫ୍ ଅଲୀ (୫୨, ୪୩ ବଲ୍‌) ଏବଂ ହାରିସ୍ ସୋହେଲ (୪୧, ୪୧ ବଲ୍‌) ଭଲ ଖେଳିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ (୪/୬୭), ଟିମ୍ କରନ୍‌ (୨/୭୪), ଲିଆମ୍ ପ୍ଲଙ୍କେଟ (୧/୫୫), ଡେଭିଡ୍‌ ୱିଲି (୧/୮୬) ୱିକେଟ୍‌ ବାଣ୍ଟିଥିଲେ। ଜବାବରେ ଇଂଲଣ୍ଡର ପ୍ରାରମ୍ଭିକ ଯୋ‌ଡ଼ି ଜାସନ୍ ରୟ (୭୬, ୫୫ ବଲ, ୮ ଚୌକା, ୫ ଛକା) ଏବଂ ଜନି ବେୟାରଷ୍ଟୋ (୧୨୮, ୯୩ ବଲ୍, ୧୫ ଚୌକା, ୫ ଛକା) ଶତକୀୟ ଭାଗୀଦାରି କରି ଦୃଢ଼ ମୂଳଦୁଆ ପକାଇଥିଲେ। ୧୭.୩ ଓଭରରେ ୧୫୯ ରନ୍ କରିଥିଲେ। ଏହା ପରେ ଜୋ ରୁଟ୍ (୪୩, ୩୬ ବଲ୍‌), ବେନ୍‌ ଷ୍ଟୋକ୍ସ (୩୭, ୩୮ ବଲ୍‌) ଭଲ ଖେଳିଥିଲେ। ମୋଇନ୍ ଅଲୀ (୪୬*, ୩୬ ବଲ୍‌) ଏବଂ ମୋର୍ଗାନ (୧୭*) ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଘରୋଇ ଦଳ ୪୪.୫ ଓଭରରେ ୪ ୱିକେଟ୍ ବିମିମୟରେ ୩୫୯ରନ୍ ସଂଗ୍ରହ କରି ନେଇଥିଲା।

ସମ୍ବନ୍ଧିତ ଖବର