ମେସିଙ୍କୁ ଛାଡ଼ି ଚାଲିଗଲା ବା‌ର୍ସେଲୋନା ବସ୍

ଲିଭରପୁଲ ବିପକ୍ଷ ଚା‌ମ୍ପିଅନ୍‌ସ ଲିଗ୍‌ ସେମିଫାଇନାଲ୍‌ ମୁକାବିଲାକୁ ୩-୪ ଗୋଲ୍‌ରେ ହାରିବା ପରେ ସ୍ପେନୀୟ କ୍ଲବ୍ ବାର୍ସେଲୋନାର ଖେଳାଳିମାନେ ଏତେ ହତୋତ୍ସାହିତ ହୋଇ ଯାଇଥିଲେ ଯେ ସେମାନେ ନିଜ ଅଧିନାୟକ ଲିଓନେଲ ମେସିଙ୍କୁ ଛାଡ଼ି ବିମାନ ବନ୍ଦର ଚାଲି ଯାଇଥିଲେ। ମେସି ଏକ ସାକ୍ଷାତକାର ପାଇଁ ଷ୍ଟାଡିୟମରେ ଥିଲା ବେଳେ ଦଳୀୟ ବସ୍ ତାଙ୍କ ବିନା ବିମାନ ବନ୍ଦରକୁ ଯାତ୍ରା ଆରମ୍ଭ କରି ଦେଇଥିଲା। ଲଜ୍ଜାଜନକ ପରାଜୟ ସହ ଏହି ଘଟଣା ମେସିଙ୍କ ସହ ବାର୍ସେଲୋନା ପ୍ରଶଂସକଙ୍କୁ ଖୁବ୍ ନିରାଶ କରିଥିଲା। ବିମାନ ବନ୍ଦରରେ ମେସି ନଥିବା ଜଣାପଡ଼ିବା ପରେ ଅବଶ୍ୟ ଦଳୀୟ ବସ୍ ପୁଣି ଥରେ ତାଙ୍କୁ ଆଣିବାକୁ ଷ୍ଟାଡିୟମ୍ ଯାଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ କିନ୍ତୁ ମେସି ବସ୍ ଚାଳକ ଓ ଦଳୀୟ ଅଧିକାରୀଙ୍କୁ କିଛି ଟାଣ କଥା କହିବାକୁ ଭୁଲି ନଥିଲେ।

ସମ୍ବନ୍ଧିତ ଖବର