୪୦୦ ଖେଳିବାରେ ବାରି ପଞ୍ଚମ

ସୋମବାର ଇଂଲଣ୍ଡ ହକି ଦଳର ପୁରୁଖା ଖେଳାଳି ବାରି ମିଡିଲଟନ୍‌ କଳିଙ୍ଗ ଷ୍ଟାଡିୟମରେ ଏକ ନିଆରା ମାଇଲଖୁଣ୍ଟ ଛୁଇଁଥିଲେ। ବିଶ୍ୱ ହକିର ପଞ୍ଚମ ଖେଳାଳି ଭାବେ ସେ ଏଠାରେ ନିଜ ୪୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏହା କରି ୩୩ ବର୍ଷୀୟ ମିଡିଲଟନ୍‌ ଓଡ଼ିଶା ହକି କିମ୍ବଦନ୍ତୀ ଦିଲୀପ ତିର୍କିଙ୍କ ସମକକ୍ଷ ହୋଇଥିଲେ। ମିଡିଲଟନ୍‌ ଏବଂ ଦିଲୀପଙ୍କ ଛଡ଼ା କେବଳ ପାକିସ୍ତାନର ଓ୍ଵାସିମ ଅହମ୍ମଦ ଏବଂ ନେଦରଲାଣ୍ଡର ଦୁଇ ପ୍ରସିଦ୍ଧ ଖେଳାଳି ଟିଉନ୍‌ ଡି’ ନୁୟର ଏବଂ ଜେରାଡ ଡେଲମି ୪୦୦ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଖେଳିଛନ୍ତି। ସର୍ବାଧିକ ମ୍ୟାଚ୍‌ ଖେଳିକାର କୀର୍ତ୍ତିମାନ ନୁୟରଙ୍କ ନାଁରେ ରହିଛି।

ସମ୍ବନ୍ଧିତ ଖବର