ବାସନ୍ଦ ହେଲେ ଅଲିମ୍ପିକ୍‌ ବିଜୟିନୀ

ନୂଆଦିଲ୍ଲୀ : ଅଲିମ୍ପିକ୍ସ ୧୦୦ ମିଟର ବାଧାଦୌଡ଼ ସ୍ବର୍ଣ୍ଣ ପଦକ ବିଜୟିନୀ ବ୍ରିଆନ୍ନା ମ୍ୟାକ୍‌ନିଲ ନିଷିଦ୍ଧ ଔଷଧ ସେବନ ମାମଲାରେ ବାସନ୍ଦ ହୋଇଛନ୍ତି। ସେ ବିଶ୍ବ ଦୌଡ଼କୁଦ ନିଷିଦ୍ଧ ଔଷଧ ସେବନ ନିୟମ ଭାଙ୍ଗି ଥିବାରୁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଛି ବୋଲି ଦୌଡ଼କୁଦ ଅଖଣ୍ଡତା ୟୁନିଟ୍‌ (ଏଆଇୟୁ) ‌କହିଛି। ୨୯ ବର୍ଷୀୟା ମ୍ୟାକନିଲ ୨୦୧୬ ରିଓ ଅଲିମ୍ପିକ୍ସ ଏବଂ ୨୦୧୩ ବିଶ୍ବ ପ୍ରତିଯୋଗିତା ବିଜେତାଙ୍କ ବିରୋଧରେ ‘ଫଳାଫଳ ପରିଚାଳନା ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା’ ଦୋଷ ଲାଗିଛି ବୋଲି ଏଆଇୟୁ କହିଛି।

ସମ୍ବନ୍ଧିତ ଖବର