କରାଚୀ: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବସିତ୍ ଅଲୀ ଶୁକ୍ରବାର ଅପମାନଜନକ ଅଭିଯୋଗ ଆଣିଛନ୍ତି। ଚଳିତ ବିଶ୍ବକପ୍ରେ ପାକିସ୍ତାନକୁ ସେମିଫାଇନାଲ୍ ଦୌଡ଼ରୁ ବିଦା କରିବା ଲାଗି ଭାରତ ଜାଣୁଶୁଣି ଆଗାମୀ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ହାରିଯିବ ବୋଲି ବସିତ୍ କହିଛନ୍ତି। ପାକିସ୍ତାନ ପାଇଁ ୧୯୯୩ରୁ ୧୯୯୬ ମସିହା ମଧ୍ୟରେ ୧୯ ଟେଷ୍ଟ୍ ଓ ୫୦ ଦିନିକିଆ ଖେଳିଥିବା ବସିତ୍ ଏକଥା ମଧ୍ୟ କହିଛନ୍ତି, ଭାରତ ଗତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଜାଣିଶୁଣି ଖରାପ ଖେଳିଥିଲା। ପାକିସ୍ତାନ ସେମିଫାଇନାଲ୍ରେ ପହଞ୍ଚୁ ବୋଲି ଭାରତ ଚାହେଁ ନାହିଁ। ଶେଷ ଦୁଇ ମ୍ୟାଚ୍ ସେମାନେ ବାଂଲାଦେଶ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ସେମାନେ କେମିତି ଜିତିଲେ ସମସ୍ତେ ଜାଣିଛନ୍ତି ବୋଲି ବସିତ୍ ପ୍ରକଟ କରିଛନ୍ତି। ଅପରାଜିତ ଭାରତ ଏବେ ବି ସେମିଫାଇନାଲ୍ ଯୋଗ୍ୟତାକୁ ନିଶ୍ଚିତ କରିନାହିଁ। ୬ ମ୍ୟାଚ୍ରୁ ୧୧ ପଏଣ୍ଟ୍ ସହ କିନ୍ତୁ ଗୋଟିଏ ପାଦ ସେମିଫାଇନାଲରେ ରଖି ସାରିଛି। ରବିବାର ଇଂଲଣ୍ଡ ବିପକ୍ଷରେ ଖେଳିବା ପରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦୁଇ ମ୍ୟାଚ୍ ଖେଳିବ। ଭାରତ ଏଭଳି ଖେଳିବ ଯେ କେହି ଜାଣିପାରିବେ ନାହିଁ। ଯେଭଳି ଭେଡିଡ୍ ୱାର୍ନର କରୁଥିଲେ (ବଲ୍ ବିକୃତ) ଠିକ୍ ସେଭଳି କରିବେ। ୧୯୯୨ ମସିହାରେ ନ୍ୟୁଜିଲାଣ୍ଡ୍ ନିଜ ଘରୋଇ ପରିବେଶରେ ସେମିଫାଇନାଲ୍ ଖେଳିବା ଲାଗି ଜାଣିଶୁଣି ପାକିସ୍ତାନ ନିକଟରୁ ହାରିଥିଲା ବୋଲି ମଧ୍ୟ ବସିତ୍ ଖୁଲାସା କରିଥିଲେ। ଲିଗ୍ ଏବଂ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ହରାଇବା ସହିତ ଇଂଲଣ୍ଡକୁ ଫାଇନାଲରେ ହରାଇ ବିଜେତା ହୋଇଥିଲା। ୧୯୯୨ ମସିହାର ଏହି ପରାଜୟ କଥା ଇମ୍ରାନ ଭାଇ (ବର୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍)ଙ୍କୁ ପଚାରିଲେ ସେ କହିବେ ବୋଲି ମଧ୍ୟ ବସିତ୍ ଦାବି କରିଥିଲେ।
ବସିତ୍ ଅଲୀଙ୍କ ଅଭିଯୋଗ, ପାକିସ୍ତାନକୁ ରୋକିବାକୁ ଭାରତ ଜାଣିଶୁଣି ହାରିଯିବ
/sambad/media/post_attachments/wp-content/uploads/2019/06/indvpakworldcup200219_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)