ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାର ଓ ରବିବାର ପୂର୍ବତନ ଭାରତୀୟ ଅଧିନାୟକ ବିଶେଷ ଭୃଗୁବଂଶୀ, ଅନ୍ତର୍ଜାତୀୟ ବାସ୍କେଟ୍‌ବଲ୍‌ର ପ୍ରସନ୍ନା ଭେଙ୍କଟେଶ, ଭାରତୀୟ ମହିଳା ଦଳ ଓଡ଼ିଆ ଅଧିନାୟିକା ସୀତା ଟୁଡୁ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ବାସ୍କେଟ୍‌ବଲ୍ ଖେଳ ଶିଖାଇବାର ଅପୂର୍ବ ଅବସର ଆଣିଥିଲେ। ଭୁବନେଶ୍ବକର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀଙ୍କ ସହିତ ମୋଟ ୨୦୦ ପାଖାପାଖି ଶିଶୁ ପ୍ରତିଭା ଉଭୟ ଦିନରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲେ। ବରିଷ୍ଠ ପ୍ରଶିକ୍ଷକ ରାଜେନ୍ଦୁ କୁମାର ପାଣି, ସ୍ମରିତା ସାମନ୍ତରାୟ, ରାଜେଶ ସିଂହ ପ୍ରମୁଖ ଏଥିରେ ସହାୟତା କରିଥିଲେ।