ଜାତୀୟ ଉପକନିଷ୍ଠ ବାସ୍କେଟବଲ : ଓଡ଼ିଶା ବାଳକ, ବାଳିକା ଜିତିଲେ

କଟକ : ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪୬ତମ ଜାତୀୟ ଉପକନିଷ୍ଠ ବାସ୍କେଟବଲ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ବିଜୟୀ ହୋଇଛନ୍ତି। ବାଳକ ଦଳ କେରଳକୁ ୫୦-୩୫ ପଏଣ୍ଟରେ ହରାଇଛି। ପ୍ରଥମାର୍ଧ ସୁଦ୍ଧା ଓଡ଼ିଶା ୧୪-୨୪ରେ ପଛୁଆ ଥିଲେ ବି ଶେଷ ବେଳକୁ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ଘରୋଇ ଦଳ ପାଇଁ ଉପାସକ ମହାନ୍ତି ସର୍ବାଧିକ ୧୨ ପଏଣ୍ଟ ଓ ପ୍ରତ୍ୟୁଷ ପ୍ରିୟଦର୍ଶି ପ୍ରଧାନ ୧୧ ପଏଣ୍ଟ ହାସଲ କରିଥିଲେ। ପ୍ରଥମ ଦିନ ଓଡ଼ିଶା ୫୬-୭୦ରେ ଚଣ୍ତିଗଡ଼ଠୁ ପରାସ୍ତ ହୋଇଥିଲା। ସେହିପରି ବାଳିକାରେ ଓଡ଼ିଶା ଦ୍ବିତୀୟ ଦିନ ୩୬-୨୩ରେ ଗୋଆକୁ ହରାଇଛି। ପଲ୍ଲବୀ ଶବର ସର୍ବାଧିକ ୧୦ ପଏଣ୍ଟ ଅର୍ଜନ କରିଥିଲେ। ତେବେ ଅନ୍ୟ ଏକ ମ୍ୟାଚ୍‌ରେ ଓଡ଼ିଶା ୨୩-୩୩ରେ ମଧ୍ୟପ୍ରଦେଶଠୁ ହାରିଯାଇଛି। ବାଳକ ବିଭାଗରେ ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡିକ ମଧ୍ୟରେ ଝାଡ଼ଖଣ୍ତ ୩୨-୨୮ରେ ହିମାଚଳ ପ୍ରଦେଶକୁ, ହରିୟାଣା ୭୩-୫୬ରେ ଛତିଶଗଡ଼କୁ, ତାମିଲନାଡୁ ୭୭-୪୩ରେ କର୍ଣ୍ଣାଟକକୁ, ମଧ୍ୟପ୍ରଦେଶ ୭୪-୧୫ରେ ଝାଡ଼ଖଣ୍ତକୁ, ପଶ୍ଚିମବଙ୍ଗ ୫୩-୨୦ରେ ହିମାଚଳ ପ୍ରଦେଶକୁ, ଗୁଜୁରାଟ ୫୧-୧୪ରେ ଉତ୍ତରାଖଣ୍ତକୁ ହରାଇଛି। ବାଳିକା ବିଭାଗରେ ପଶ୍ଚିମବଙ୍ଗ ୪୦-୨୬ରେ ହିମାଚଳ ପ୍ରଦେଶକୁ, ପୁଡୁଚେରୀ ୩୧-୧୦ରେ ବିହାରକୁ, କେରଳ ୪୩-୧୭ରେ ହରିୟାଣାକୁ, ଝାଡ଼ଖଣ୍ତ ୨୭-୧୩ରେ ମଣିପୁରକୁ, ହିମାଚଳ ପ୍ରଦେଶ ୩୫-୨୫ରେ ପୁଡୁଚେରୀକୁ, ମହାରାଷ୍ଟ୍ର ୫୬-୩୦ରେ ପଞ୍ଜାବକୁ, ତାମିଲନାଡୁ ୫୦-୩୧ରେ ଉତ୍ତରପ୍ରଦେଶକୁ, ତେଲେଙ୍ଗାନା ୫୬-୪୧ରେ ଚଣ୍ତିଗଡ଼କୁ, ଦିଲ୍ଲୀ ୫୮-୩୬ରେ ରାଜସ୍ଥାନକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର