ହ୍ଵିଲଚେୟାରରେ ବସି ବାସ୍କେଟବଲ ଖେଳାଳି ଜିତିଲେ ଅନେକ ସ୍ୱର୍ଣ୍ଣପଦକ

ନୂଆଦିଲ୍ଲୀ: ମୁମ୍ବାଇର ପ୍ଲେ କୋର୍ଟରେ କିଛି ଝିଅ ଗୋଟିଏ ବଲ ଆଉ ଜଣଙ୍କ ପାଖକୁ ପହଞ୍ଚାଇବା ଦୃଶ୍ୟ ଯିଏ ଦେଖିଥିବା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିବ। ୧୦ଫୁଟ ଉପରେ ବନ୍ଧା ଯାଇଥିବା ଜାଲ ଭିତରେ ସେହି ବାଳିକାମାନେ ବଲକୁ ପକାଉ ଥିଲେ। କିଛି ଲୋକଙ୍କୁ ଏହା ସାଧାରଣ କଥା ଭଳି ଲାଗୁଥାଇ ପାରେ କିନ୍ତୁ ହ୍ଵିଲ ଚେୟାର ଉପରେ ବସି ବାସ୍କେଟବଲକୁ ଜାଲ ଭିତରେ ପ୍ରବେଶ କରାଇବା ଏକ ମହାନ କଳା ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଗତ ସେପ୍ଟେମ୍ବରରେ ୪ର୍ଥ ନ୍ୟାସନାଲ ହ୍ଵିଲ ଚେୟାର ବାସ୍କେଟବଲ ଚମ୍ପିଅନସିପ୍‌ରେ ଭାଗ ନେଇ ଅଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଟିମ୍‌ର ଅଧିନାୟିକା ନିଶା ଗୁପ୍ତା, ଯିଏ କି ଖେଳାଳିଙ୍କ ପାଇଁ ପେରଣା ଦାୟିନୀ ଅଟନ୍ତି। ନିଶାଙ୍କ କାହାଣୀ ଅଲଗା। ସେ ଦିବ୍ୟାଙ୍ଗ। ତାଙ୍କ ଟିମ୍‌ର ଅଧିକ ଖେଳାଳି ଜନ୍ମରୁ କେବେ ଛିଡ଼ା ହୋଇ ପାରି ନାହାନ୍ତି। ସେଥିପାଇଁ ହ୍ଵିଲ ଚେୟାର ହିଁ ତାଙ୍କ ଜୀବନର ବିଶିଷ୍ଟ ଅଙ୍ଗ ପାଲଟିଛି। କିନ୍ତୁ ପଦକ ଜିତିବାରେ ତାଙ୍କୁ କୌଣସି ଅସୁବିଧା ହେଉ ନାହିଁ। ଇଣ୍ଡୋନେସିଆର ବାଲିରେ ଆୟୋଜିତ ୪ର୍ଥ ଅନ୍ତର୍ଜାତୀୟ ହ୍ଵିଲଚେୟାର ବାସ୍କେଟବଲ ଚମ୍ପିୟନସିପ୍‌ରେ ତାଙ୍କର ଟିମ୍‌ କାଂସ୍ୟ ପଦକ ଜିତିବା ଖୁସିର ବିଷୟ।

୩୦ବର୍ଷୀୟ ନିଶା ନିଜର ଅତୀତ ସମ୍ପର୍କରେ କୁହନ୍ତି, ଅନେକ ଲୋକ ସ୍ୱପ୍ନର ପଛରେ ଦୌଡ଼ି ଏହାକୁ ପୂରଣ କରି ପାରି ନଥାନ୍ତି। ୨୦୦୪ରେ ଏଚ୍‌ଏସ୍‌ସି ପରୀକ୍ଷା ପରେ ମୁଁ ନିଜର ଘର (ବାରାଣସୀ) ଯାଇଥିଲି। ମୋର ମନେପଡୁଛି ଯେ, କିଛି ପିଲା ଗଛରେ ଚଢ଼ି ଫଳ ତୋଳିବାକୁ ଉଦ୍ୟମ କରୁଥିଲେ। ମୋର ଦାଦା ପୁଅ ଭାଇ ମଧ୍ୟ ଏହି ଦଳରେ ସାମିଲ ଥିଲା। ମୁଁ ମଧ୍ୟ କିଛି ଆମ୍ବ ତୋଳିବାକୁ ଚେଷ୍ଟା କରୁଥିଲି ଓ ଅଚାନକ ମୋର ଗୋଡ଼ ଖସି ଯିବାରୁ ତଳେ ପଡ଼ି ଯାଇଥିଲି।

ଚେତା ଫେରିବା ବେଳକୁ ଜାଣିବାକୁ ପାଇଲି ଯେ, ମୋର ମୁଣ୍ଡ ଓ କହୁଣୀରେ ଜୋରରେ ଆଘାତ ଲାଗିଛି। ମୋର ଶରୀର ତଳ ଅଙ୍ଗ ଗୁଡ଼ିକ ଆଉ କାମ କରି ନ ଥିଲା। ଏହି ଘଟଣା ନେଇ ପରବାର ଲୋକେ ବହୁତ କଷ୍ଟ ଅନୁଭବ କରୁଥିଲେ। ମତେ ଗୋଟିଏ ହସ୍ପିଟାଲରୁ ଆଉ ଏକ ହସ୍ପିଟାଲକୁ ନିଆଯାଇ ଥିଲା। ସେଠାରେ ଡାକ୍ତର କହିଥିଲେ ହାଡ଼କୁ ଅପରେସନ କରାଯିବ। ମୁମ୍ବାଇରେ ସର୍ଜରି ପରେ ନିଶାକୁ କିଛି ମାସ ପର୍ଯ୍ୟନ୍ତ ବେଡ଼ରେ ଶୋଇବାକୁ ପଡ଼ିଥିଲା। ପରେ ପୁଣି କୁହାଗଲା ଯେ, ସେ ଆଉ ଚାଲିପାରିବେ ନାହିଁ।

ବଞ୍ଚି ଥାଇ ମଧ୍ୟ ନିଜର ଜୀବନ ନ ଥିଲା ଭଳି ନିଶା ମନେ କରୁଥିଲେ। ଏକଦା ଏକ କାର୍ଯ୍ୟକ୍ରମରେ କିଛି ସମାଜସେବୀଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ସେମାନଙ୍କ ସହିତ କଥାବାର୍ତ୍ତା ସମୟରେ ସେ ମନେ କଲେ ଯେ, ତାଙ୍କର ସ୍ୱପ୍ନ ପୂରଣ ହେବ। ନିଶା କୁହନ୍ତି, ମୁଁ ଟାଟୁ ବନାଇବା ଶିଖିଛି ଓ କଳାକାର ହିସାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। କିଛି ବର୍ଷ ପରେ ୨୦୧୩ରେ ମିସ ହ୍ଵିଲ ଚେୟାର ଇଣ୍ଡିଆ ୨୦୧୩ରେ ଅଂଶ ଗ୍ରହଣ କରିଥିଲେ।

ନିଶା କୁହନ୍ତି, ଦିବ୍ୟାଙ୍ଗ ହୋଇଥିବାରୁ ସେ ଓ ତାଙ୍କର ଟିମ୍‌ ଅଭ୍ୟାସ କରିବା ସହିତ ଶୌଚାଳୟ ପର୍ଯ୍ୟନ୍ତ ପହଞ୍ଚିବା ଅସୁବିଧା ହେଉଥିଲା। ସ୍ୱତନ୍ତ୍ର ଖେଳରେ ମଧ୍ୟ ହ୍ଵିଲଚେୟାର ଥାଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ନିଶା ଭାରତରୁ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରୀୟ ବ୍ୟତୀତ ପାରାଅଲମ୍ପିକରେ ଅନେକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର