କଟକ : ଗୁରୁବାର ଠାରୁ ଜବାହାରଲାଲ ଇଣ୍ତୋର ଷ୍ଟାଡିୟମରେ ୧୮ ବର୍ଷରୁ କମ ଦକ୍ଷିଣ ଏସିଆ ବାସ୍କେଟବଲ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଆରମ୍ଭ ହେବ। ଏଥିପାଇଁ ସମସ୍ତ ଦଳ ଭୁବନେଶ୍ବରରେ ପହଞ୍ଚି ସାରିଥିଲା ବେଳେ କଟକରେ ଅଭ୍ୟାସ ଆରମ୍ଭ କଲେଣି। ତିନି ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହି ପ୍ରତିଯୋଗିତାରେ ଭାରତ ସମେତ ବା˚ଲାଦେଶ, ମାଲଦ୍ବୀପ ଅ˚ଶଗ୍ରହଣ କରୁଛନ୍ତି। ପାକିସ୍ତାନ, ଭୁଟାନ, ଶ୍ରୀଲଙ୍କାରେ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ସେମାନେ ଏଥର ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିପାରିନଥିବା କୁହାଯାଇଛି।
/sambad/media/post_attachments/wp-content/uploads/2022/06/SABA-CHAMPIONSHIP-2022-BANGLADESH-TEAM-5-300x140.jpg)
ଗୁରୁବାର ବା˚ଲାଦେଶ ଓ ମାଳଦ୍ବୀପ ମଧ୍ୟରେ ପ୍ରଥମ ମୁକାବିଲା ଅନୁଷ୍ଠିତ ହେବ। ୪ ତାରିଖ ପରେ ସର୍ବାଧିକ ପଏଣ୍ଟ ପାଇଥିବା ଦଳ ତେହେରାନ୍ରେ ହେବାକୁଥିବା ଏସୀୟ ପ୍ରତିଯୋଗିତାରେ ଅନ୍ୟ ୧୫ ଦଳଙ୍କ ସହିତ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବାସ୍କେଟବଲ ସ˚ଘର ସଭାପତି ଜ୍ଞାନରଞ୍ଜନ ପରିଡା, ସମ୍ପାଦକ ଅଶୋକ ସାହୁ, ବିଏଫଆଇର ଅଧ୍ୟକ୍ଷ ଅଜିତ ସି˚ହ ରାଠୋର, ଫିବା କନଭେନର ନୋରମାନ ଇଶାକ, ବିଏଫଆଇ ସଦସ୍ୟ ସୁଶୀଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/SABA-CHAMPIONSHIP-2022-PAIN-PRESS-MEET-1.jpg)