ବାତ୍ରା ନିର୍ଦ୍ୱନ୍ଦ୍ୱରେ ଅଲିମ୍ପିକ୍‌ ସଭାପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ହକି ସଂଘର ସଭାପତି ଦାୟିତ୍ୱରେ ଥିବା ନରିନ୍ଦର ବାତ୍ରା ଗୁରୁବାର ନିର୍ଦ୍ୱନ୍ଦ୍ୱରେ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ସଭାପତି ନିର୍ବାଚିତ ହୋଇଛନ୍ତି। ରାଜୀବ ମେହେଟା ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିିତ ହୋଇଛନ୍ତି। ୫୯ ବର୍ଷୀୟ ବାତ୍ରା ଅନ୍ୟତମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଦାୟିତ୍ୱ ସହିତ ଏକ ଜାତୀୟ ସଂଘର ମୁଖ୍ୟ ପଦରେ ଅଳଙ୍କୃତ ହେଲେ। ତେବେ ଭାରତୀୟ ଅଲିମ୍ପିକ୍‌ ସଂଘର ନିର୍ବାଚନ ଉପରେ ରହିତାଦେଶ ଆବେଦନ ହୋଇଥିବାରୁ ଫଳାଫଳକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। କ୍ରୀଡ଼ା ସଂହିତାର ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ଜଣେ କ୍ରୀଡ଼ା କର୍ମୀ ତଥା ଓକିଲ ରାହୁଲ ମେହେରା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର