କାଲିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ୍ ଇଣ୍ଡିଆର ଟେଷ୍ଟ ଅଭିଯାନ, ଭାରତୀୟ ଖେଳାଳିଙ୍କ ଠାରୁ ଆଶା ରହିବ ଏମିତି
ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ସମଗ୍ର ଦେଶର କ୍ରିକେଟ୍ ଖେଳାଳିମାନେ ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଉପରେ ନଜର ରଖିଛନ୍ତି। ଇଂଲଣ୍ଡରେ ଏସେଜ୍ ଓ ଶ୍ରୀଲଙ୍କାରେ ନ୍ୟୁଜିଲାଣ୍ଡ ଟେଷ୍ଟ ଶୃଙ୍ଖଳା ପରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଣ୍ଟିଗୁଆରେ ଗୁରୁବାର ଠାରୁ ଆରମ୍ଭ ହେଉଛି। ଟିମ୍ ଇଣ୍ଡିଆର ମନୋବଳ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଜତିବାର ଠାରୁ ଅଧିକ ମଜବୁତ ହୋଇଛି। ଟିମ୍ ଇଣ୍ଡିଆର କିଛି ଖେଳାଳିଙ୍କ ଉପରେ ପ୍ରଶଂସକଙ୍କର ନଜର ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ ଶୃଙ୍ଖଳାରେ ୨ଟି ଶତକ ହାସଲ କରିବା ପରେ ଟେଷ୍ଟ ମ୍ୟାଚରେ ବଡ଼ ଇନିଂସ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆର ବିପକ୍ଷରେ ୪ ଟେଷ୍ଟ ମ୍ୟାଚର ଶୃଙ୍ଖଳାରେ ୪୦.୨୮ ହାରରେ ୨୮୨ ରନ କରିଥିଲେ। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା। ଏହି ଶୃଙ୍ଖଳାର ଶେଷ ଇନିଂସରେ କୋହଲି ୨୩ ରନ ଯୋଡ଼ିଥିଲେ। କୋହଲି ଟେଷ୍ଟ ମ୍ୟାଚ୍ରେ ଦୀର୍ଘ ସମୟ ରହି ଖେଳିବାରେ ମାହିର।
ଚେତେଶ୍ୱର ପୂଜାରା ୬୮ ମ୍ୟାଚ୍ର କ୍ୟାରିୟରରେ ଏଯାଏଁ ୫୪୨୬ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କର ନାଁରେ ରହିଛି ୧୮ଟି ଶତକ ଓ ୨୦ଟି ଅର୍ଦ୍ଧଶତକ। ପୂଜାରା ଜଣେ ଭଲ ଟେଷ୍ଟ ଖେଳାଳି ଏବଂ ସେ ଅନେକ ସମୟରେ ଦୀର୍ଘ ଇନିଂସ ଖେଳିପାରନ୍ତି। ପୂଜାରା କେବଳ ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜରେ ଶତକ ହାସଲ କରି ନାହାନ୍ତି। ଅଭ୍ୟାସ ମ୍ୟାଚ୍ରେ ୧୦୦ ରନ କରି ନିଜର ଆଶା ସଂଚାର କରିଛନ୍ତି।
ଆଜିଙ୍କ୍ୟ ରାହାଣେ ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ। ଘରୋଇ ପଡ଼ିଆରେ ୨୨ ମ୍ୟାଚ୍ ଓ ବିଦେଶୀ ଷ୍ଟାଡିୟମରେ ୩୪ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ୪ଟି ମ୍ୟାଚରୁ ଗୋଟିଏ ଅପରାଜିତ ଶତକ ମାରିଛନ୍ତି କିନ୍ତୁ ଗତ ବର୍ଷ ତାଙ୍କର ହାରାହାରି ରନ ୩୦ ପାଖାପାଖି ଥିଲା। ସେ ପୁଣି ଥରେ ନିଜକୁ ପ୍ରମାଣିତ କରିବାକୁ ଉଦ୍ୟମ କରିବେ।
କେଏଲ ରାହୁଲ ଏଯାଏଁ ୩୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ତାଙ୍କର ହାରାହାରି ରନ ୧୯୦୫। ଏଥିରେ ୫ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ଅଛି। ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ମ୍ୟାଚରେ ରାହୁଲ ୨୩୬ ରନ ସଂଗ୍ରହ କରିଛନ୍ତି। ଏଥିରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି।