ଭାରତ ଶୃଙ୍ଖଳା ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେବେ ବଭୂମା

ଜୋହାନ୍‌ସବର୍ଗ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ତେମ୍ବା ବଭୂମା ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ବ ନେବେ। ଗତ ଜୁନ୍‌ ମାସରେ ଭାରତ ବିପକ୍ଷ ଶୃଙ୍ଖଳା ବେଳେ ବାମ କହୁଣୀରେ ଆଘାତ ପାଇଥିବା ବଭୂମା ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି ଏବଂ ସେ ହିଁ ବିଶ୍ବକପ୍‌ରେ ଦଳର ଅଧିନାୟକ ରହିବେ ବୋଲି ମଙ୍ଗଳବାର କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ସ୍ପଷ୍ଟ କରିଛି। ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ବଭୂମାଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଦଳ ମଧ୍ୟ ଘୋଷିତ ହୋଇଛି। ଏହା ବ୍ୟତୀତ ୩ ଜଣ ଖେଳାଳିଙ୍କୁ ସଂରକ୍ଷିତ ମଧ୍ୟ ରଖାଯାଇଥିବା ବୋର୍ଡ କହିଛି। ଚଳିତ ମାସ ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଭାରତ ଗସ୍ତରେ ଏକ ଟ୍ବେଣ୍ଟି-୨୦ ଅଭ୍ୟାସ ଶୃଙ୍ଖଳା ଖେଳିବ। ଏହାପରେ ବିଶ୍ବକପ୍‌ ପୂର୍ବରୁ ମଧ୍ୟ ଅକ୍ଟୋବର ପ୍ରାରମ୍ଭରେ ଭାରତ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଉଭୟ ଶୃଙ୍ଖଳା ପାଇଁ ଦକ୍ଷିଣ ଆଫ୍ରିକା ବୋର୍ଡ ମଙ୍ଗଳବାର ଦଳ ଘୋଷଣା କରିଛି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳ: ତେମ୍ବା ବଭୂମା (ଅଧିନାୟକ), କ୍ବିଣ୍ଟନ ଡି’କକ୍‌, ରିଜା ହେଣ୍ଡ୍ରିକ୍ସ, ହେନ୍‌ରିକ୍‌ କ୍ଲାସେନ, କେଶବ ମହାରାଜ, ଏଦେନ ମର୍କରାମ, ଡେଭିଡ୍‌ ମିଲର, ଲୁଙ୍ଗି ଏନ୍‌ଗିଡ଼ି, ଅନ୍‌ରିକ୍‌ ନର୍ଖିୟା, ୱେନ୍‌ ପାର୍ନେଲ, ଡ୍ବାନ୍‌ ପ୍ରିଟୋରିଅସ, କାଗିସୋ ରବାଦା, ରିଲି ରୁସୋ, ତାବ୍ରେଜ୍‌ ସାମ୍‌ସୀ, ତ୍ରିଷ୍ଟାନ ‌ଷ୍ଟବ୍ସ। ସଂରକ୍ଷିତ ଖେଳାଳି: ଜର୍ନ ଫର୍ତୁନ୍‌, ମାର୍କୋ ଜାନ୍‌ସେନ, ଆନ୍ଦିଲେ ଫେଲୁକ୍ବାୟୋ।

ଭାରତ ବିପକ୍ଷ ଦିନିକିଆ ଦଳ: ତେମ୍ବା ବଭୂମା (ଅଧିନାୟକ), କ୍ବିଣ୍ଟନ ଡି’କକ୍‌, ରିଜା ହେଣ୍ଡ୍ରିକ୍ସ, ହେନ୍‌ରିକ୍‌ କ୍ଲାସେନ, କେଶବ ମହାରାଜ, ଜାନେମନ ମଲାନ, ଏଦେନ ମର୍କରାମ, ଡେଭିଡ୍‌ ମିଲର, ଲୁଙ୍ଗି ଏନ୍‌ଗିଡ଼ି, ଅନ୍‌ରିକ୍‌ ନର୍ଖିୟା, ୱେନ୍‌ ପାର୍ନେଲ, ଆନ୍ଦିଲେ ଫେଲୁକ୍ବାୟୋ, ଡ୍ବାନ୍‌ ପ୍ରିଟୋରିଅସ, କାଗିସୋ ରବାଦା, ତାବ୍ରାଇଜ୍‌ ସାମ୍‌ସୀ।

ସମ୍ବନ୍ଧିତ ଖବର