କ୍ରମାଗତ ଅଷ୍ଟମ ଥର ବୁନ୍ଦେସ୍‌ଲିଗା ଟ୍ରଫି ଜିତିଲା ବେୟର୍ନ ମ୍ୟୁନିକ୍‌

ବର୍ଲିନ୍: ବେୟର୍ନ ମ୍ୟୁନିକ୍‌ କ୍ରମାଗତ ଅଷ୍ଟମ ଥର ଲାଗି ବୁନ୍ଦେସ୍‌ଲିଗା ଟ୍ରଫି କରାୟତ୍ତ କରିନେଇଛି। ମଙ୍ଗଳବାର ଏକ ମ୍ୟାଚ୍‌ରେ ଏହି ଦଳ ରବର୍ଟ ଲେୱେଣ୍ଡୋସ୍କିଙ୍କ ପ୍ରଥମାର୍ଧ ଗୋଲ୍‌ ବଳରେ ବ୍ରେମେନ୍‌କୁ ତା’ ଘରୋଇ ମାଟିରେ ୧-୦ରେ ପରାସ୍ତ କରି ସର୍ବାଧିକ ପଏଣ୍ଟ ଭିତ୍ତିରେ ବିଜେତା ହୋଇଥିଲା। ପ୍ରଥମାର୍ଧର ଦୁଇ ମିନିଟ୍‌ ପୂର୍ବରୁ ହିଁ ରବର୍ଟ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ଦେଇଥିଲେ। ପୋଲାଣ୍ଡ ଷ୍ଟ୍ରାଇକର ରବର୍ଟଙ୍କର ଏହା ଥିଲା ଚଳିତ ଋତୁରେ ବ୍ୟକ୍ତିଗତ ୩୧ ତମ ଗୋଲ୍‌। ଯାହାକି ତାଙ୍କ ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ମଧ୍ୟ ପଞ୍ଚମ ଥର ଲାଗି ଲିଗ୍‌ର ସର୍ବୋଚ୍ଚ ସ୍କୋରର୍‌ ରହିଛନ୍ତି। ସେହିପରି କ୍ରମାଗତ ତ୍ରୟୋଦଶ ଥର ପାଇଁ ବେୟର୍ନ ମ୍ୟୁନିକ୍‌ ବ୍ରେମେନ୍‌ରେ ଟ୍ରଫି ଜିତିଲା। ଅନ୍ୟପକ୍ଷରେ ପ୍ରଥମ ଋତୁରେ ହିଁ ମୁଖ୍ୟ ମୁଖ୍ୟ ପ୍ରଶିକ୍ଷକ ହାନ୍‌ସି ଫ୍ଲିକ୍‌ ବୁନ୍ଦେସ୍‌ଲିଗା ଟ୍ରଫି ତୋଳି ଧରିବାର ଗୌରବ ପାଇଛନ୍ତି। ସେ ଗତ ନଭେମ୍ବରରେ ଦାୟିତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର