ଦେବଗଡ଼: ସ୍ଥାନୀୟ ଗୋପାଳ ଜୀଉ ମନ୍ଦିର ପରିସରରେ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ମହିଳା ବିଭାଗରେ ଭୁବନେଶ୍ୱରର କିଟ୍କୁ ୨୫-୨୩ ପଏଣ୍ଟରେ ହରାଇ ଭୁବନେଶ୍ୱର ଦଳ ଏବଂ ପୁରୁଷ ବିଭାଗରେ ଢ଼େଙ୍କାନାଳ ସାଇକୁ ୪୭-୨୭ ପଏଣ୍ଟରେ ହରାଇ ଓଡ଼ିଶା ପୁଲିସ୍ ଦଳ ବିଜେତା ହୋଇଥିଲେ। ପୁରୁଷ ବିଭାଗରେ ଓଡ଼ିଶା ପୁଲିସ୍ର ସୂର୍ଯ୍ୟକାନ୍ତ ବେହେରାଙ୍କୁ ବେଷ୍ଟ ଡିଫେଣ୍ଡର, ସାବିର ପ୍ରଧାନଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ସାଇ’ର ଗୌତମ ସାହୁ ଶ୍ରେଷ୍ଠ ରାଇଡର, ସମ୍ବଲପୁରକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ବିବେଚିତ ହୋଇଥିଲେ। ମହିଳା ବିଭାଗରେ ଭୁବନେଶ୍ୱରର ଗାୟତ୍ରୀ ସେଠୀଙ୍କୁ ଶ୍ରେଷ୍ଠ ଡିଫେଣ୍ଡର, କିଟ୍ର ରଶ୍ମିତା ସାହୁଙ୍କୁ ଶ୍ରେଷ୍ଠ ରାଇଡର୍ ଓ ପୁଷ୍ପଲତା ଜେନାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଏବଂ ଦେବଗଡ଼କୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ସମ୍ମାନ ମିଳିଥିଲା।
ଭୁବନେଶ୍ୱର ମହିଳା, ପୁଲିସ ପୁରୁଷ ବିଜେତା: ଦିବାରାତ୍ର କବାଡ଼ି ଉଦ୍ଯାପିତ
ଦିବାରାତ୍ର କବାଡ଼ି ଉଦ୍ଯାପିତ
/sambad/media/post_attachments/wp-content/uploads/2018/01/kabadi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)