ବିସି ରଏ ଟ୍ରଫି ଫୁଟବଲ୍‌, ଆରମ୍ଭରୁ ଓଡ଼ିଶା ହାରିଲା

କଟକ: ଏଠାରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବିସି ରଏ ଟ୍ରଫି ଜାତୀୟ କନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଆରମ୍ଭରୁ ଓଡ଼ିଶା ପରାସ୍ତ ହୋଇଛି। କର୍ଣ୍ଣାଟକ ବିପକ୍ଷରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୧-୨ ଗୋଲ୍‌ରେ ହାରିଯାଇଛି। ୩୯ ମିନିଟ୍‌ରେ କର୍ଣ୍ଣାଟକର ଆଣ୍ଟୋ ଆର‌୍‌ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ରାଘବ ମହେଶ୍ବରନ୍‌ (୪୫+୩)ରେ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ୬୬ତମ ମିନିଟ୍‌ରେ ଦୁଲା ମୁର୍ମୁ ଓଡ଼ିଶା ପାଇଁ ଗୋଟିଏ ଗୋଲ୍‌ ଶୁଝି କେବଳ ବ୍ୟବଧାନ କମାଇବାକୁ ସମର୍ଥ ହୋଇଥିଲେ। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ ୧-୦ ଗୋଲ୍‌ରେ ମଧ୍ୟପ୍ରଦେଶକୁ ଓ ପଞ୍ଜାବ ୩-୧ ଗୋଲ୍‌ରେ ସାଇକୁ ହରାଇଥିଲେ। ଗୋଆ ଓ ଜମ୍ମୁ କାଶ୍ମୀର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମା˚ସିତ ରହିଥିଲା।

ସମ୍ବନ୍ଧିତ ଖବର