ଲସ୍‌ ଏଞ୍ଜେଲ୍‌ସ୍‌ ଅଲିମ୍ପିକ୍ସ୍‌ରେ କ୍ରିକେଟ୍‌ ସାମିଲ ହେଲେ ପୁରୁଷ ଓ ମହିଳା ଟିମ୍‌ ପଠାଇବାକୁ ‘ବିସିସିଆଇ’ ରାଜି

ନୂଆଦିଲ୍ଲୀ: ୨୦୨୮ ଲସ୍‌ ଏଞ୍ଜେଲ୍‌ସ୍‌ ଅଲିମ୍ପିକ୍ସ୍‍ରେ କ୍ରିକେଟ୍‌ ସାମିଲ କରାଗଲେ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍‌ ଟିମ୍‌ ପଠାଇବାକୁ ଶୁକ୍ରବାର ଦିନ ‘ବିସିସିଆଇ ଆପେକ୍ସ୍‍ କାଉନ୍‌ସିଲ୍‌’ ସ୍ଥିର କରିଛି।

ବର୍ମିଙ୍ଗ୍‌ହାମ୍‌ରେ ହେବାକୁ ଥିବା ‘୨୦୨୨ କମନ୍‌େଓ୍ଵଲ୍‌ଥ୍‌ ଗେମ୍‌ସ୍‌’ରେ ମଧ୍ୟ ମହିଳା କ୍ରିକେଟ୍‌ ଟିମ୍‌ ଅଂଶ ଗ୍ରହଣ କରିବ।

ଭର୍ଚ୍ୟୁଆଲ୍‌ ବୈଠକରେ ଏକତ୍ର ହୋଇଥିବା ‘ଆପେକ୍ସ୍‍ କାଉନ୍‌ସିଲ୍‌’ ଆହୁରି ମଧ୍ୟ ସ୍ଥିର କରିଛି ଯେ, ୨୦୨୧ ଶେଷ ଆଡ଼କୁ ମିତାଲି ରାଜ ଏବଂ ହର୍‌ମନ୍‌ପ୍ରୀତ୍‌ କୌରଙ୍କ ଅଧିନାୟକତ୍ୱରେ ମହିଳା କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ।

ଏହାପରେ, ‘ଉଇମିନ୍‌ସ୍‌ ଓଡିଆଇ ଓ୍ଵାର୍ଲଡ୍‌ କପ୍‌’ ଖେଳିବାକୁ ମହିଳା କ୍ରିକେଟ୍‌ ଦଳ ନିଉଜିଲାଣ୍ଡ୍‌ ଗସ୍ତରେ ଯିବ। ପରିଚୟ ଗୋପନ ରଖାଯିବା ସର୍ତ୍ତରେ ‘ବିସିସିଆଇ’ର ଜଣେ ବରିଷ୍ଠ କର୍ମକର୍ତ୍ତା ଉପରୋକ୍ତ କଥା ସବୁ କହିଛନ୍ତି।

Image Courtesy of Lokmat

ଗତବର୍ଷ ଭଳି ତିନି-ଦଳୀୟ ‘ଉଇମିନ୍‌ସ୍‌ ଟି-୨୦’ ଚାଲେଞ୍ଜ୍‌’ ପୂର୍ବରୁ ଏକ କ୍ୟାମ୍ପ୍‌ ଆୟୋଜନ କରାଯିବ। ଏହି କ୍ୟାମ୍ପ୍‌ ଶେଷ ହେବା ପରେ ଟିମ୍‌ ଇଂଲଣ୍ଡ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

ଇଂଲଣ୍ଡ୍‌ରେ ଝିଅମାନେ ଗୋଟାଏ ପୂରା ସିରିଜ୍‌ ଖେଳିବେ। ସେମାନେ ଫେରିଆସିବା ପରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ କିଂବା ପ୍ରୋସିଆର ମହିଳାମାନେ ପୁନଶ୍ଚ ଦ୍ୱିପାକ୍ଷିକ ସିରିଜ୍‌ ଖେଳିବା ଲାଗି ଆସିବେ।

ଏହା ଶେଷ ହେବା ପରେ ‘ହ୍ଵାଇଟ୍‌ ବଲ୍‌ ସିରିଜ୍‌’ ଖେଳିବାକୁ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତ କରିବ ଏବଂ ତା’ପରେ ନିଉଜିଲାଣ୍ଡ୍‌ରେ ଅନ୍ୟ ଏକ ସିରିଜ୍‌ ଖେଳିବ।

ସମ୍ବନ୍ଧିତ ଖବର