ବାଂଲାଦେଶ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌ ଘୋଷିତ: ରୋହିତ ଶର୍ମା ହେବେ ଅଧିନାୟକ

ଟି-୨୦ରେ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ପଦାର୍ପଣ କରିବେ ଶିଭମ ଦୁବେ

ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗୁରୁବାର ବାଂଲାଦେଶ ବିପକ୍ଷ ଆଗାମୀ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି। ଆଶା ଅନୁସାରେ ବିରାଟ କୋହଲିଙ୍କୁ ଟି-୨୦ ଶୃଙ୍ଖଳାରେ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ହେବେ। ମାତ୍ର ବିରାଟ କୋହଲି ୨ ଟେଷ୍ଟ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାକୁ ଫେରିବେ। ସୀମିତ ଓଭର କ୍ରିକେଟ ପାଇଁ ଋଷଭ ପନ୍ତ ଓ ସଞ୍ଜୁ ସାମସନ୍‌ଙ୍କୁ ସାମିଲ କରାଯାଇଛି।

ବାଂଲାଦେଶ ବିପକ୍ଷରେ ଭାରତ ନଭେମ୍ବର ୩, ୭ ଓ ୧୦ରେ ଟି-୨୦ ମ୍ୟାଚ ଖେଳିବ। ସେହିପରି ୨ ମ୍ୟାଚ ଟେଷ୍ଟ ଶୃଙ୍ଖଳା ନଭେମ୍ବର ୧୪ (ଇନ୍ଦୋର) ଓ ୨୨ (କୋଲକାତା)ରେ ଖେଳାଯିବ।

ସୂଚନାଯୋଗ୍ୟ ୨୦୧୮ ଅକ୍ଟୋବରରୁ ଏଯାଏଁ ଭାରତରେ ସମସ୍ତ ଫର୍ମାଟରେ ୫୬ଟି ମ୍ୟାଚ୍‌ ଖେଳାଯାଇଛି। ଏଥି ମଧ୍ୟରୁ ୪୮ଟି ମ୍ୟାଚ୍‌ରେ କୋହଲି ଖେଳିଛନ୍ତି। ରାଞ୍ଚି ଟେଷ୍ଟ ମ୍ୟାଚ୍‌ ଜାରି ଥିବା ବେଳେ ନବନିଯୁକ୍ତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ କହିଥିଲେ, ବିରାଟ କୋହଲିଙ୍କ ଉପରେ ଏହା ନିର୍ଭର କରୁଛି। ମୁମ୍ବାଇର ଅଲରାଉଣ୍ଡର ଶିଭମ ଦୁବେ ପ୍ରଥମ ଥର ପାଇଁ ଟିମ୍‌ରେ ସାମିଲ ହୋଇଛନ୍ତି। ତାଙ୍କୁ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୁଯୋଗ ମିଳିଛି।

ଭାରତୀୟ ଟି-୨୦ ଟିମ୍‌:
ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, କେଏଲ ରାହୁଲ, ସଞ୍ଜୁ ସାମସନ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ (ଓ୍ଵିକେଟକିପର), ଓ୍ଵାସିଂଟନ ସୁନ୍ଦର, କ୍ରୁଣାଳ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, ଦିପକ ଚହର, ଖଲୀଲ ଅହମଦ, ଶିଭମ ଦୁବେ, ଶାର୍ଦ୍ଦୁଲ ଠାକୁର।

ବସିସିଆଇ ଗୁରୁବାର ବାଂଲାଦେଶ ବିପକ୍ଷରେ ଟେଷ୍ଟ ଟିମ୍‌ ମଧ୍ୟ ଘୋଷଣା କରିଛି। ଟିମ୍‌ରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ଶାହା (ଓ୍ଵିକେଟକିପର), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ଶୁଭମନ ଗିଲ, ଋଷଭ ପନ୍ତ।

ସମ୍ବନ୍ଧିତ ଖବର