ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଓ ଅମ୍ପାୟାରଙ୍କ ପେନସନ ବୃଦ୍ଧି କଲା ବିସିସିଆଇ। ବିସିସିଆଇ ସୋମବାର ପୂର୍ବତନ କ୍ରିକେଟର (ଉଭୟ ପୁରୁଷ ଏବଂ ମହିଳା) ଏବଂ ପୂର୍ବତନ ଅମ୍ପାୟାରଙ୍କ ମାସିକ ପେନ୍ସନ୍ ବୃଦ୍ଧି କରିବାକୁ ଘୋଷଣା କରିଛି। ଯେଉଁମାନଙ୍କୁ ମାସିକ ୧୫,୦୦୦ ପେନସନ ମିଳୁଥିଲା ସେମାନଙ୍କୁ ୩୦,୦୦୦ ମିଳିବା ସହ ୨୨,୫୦୦ ପାଉଥିବା କ୍ରିକେଟର ଓ ଅମ୍ପାୟାରଙ୍କୁ ୪୫,୦୦୦, ୩୦,୦୦୦ ପାଉଥିବା କ୍ରିକେଟର ଓ ଅମ୍ପାୟାରଙ୍କୁ ୫୨,୫୦୦, ୩୭,୫୦୦ ପାଉଥିବା କ୍ରିକେଟର ଓ ଅମ୍ପାୟାରଙ୍କୁ ୬୦,୦୦୦ ଏବଂ ୫୦,୦୦୦ ପାଉଥିବା କ୍ରିକେଟର ଓ ଅମ୍ପାୟାରଙ୍କୁ ୭୦,୦୦୦ ପେନସନ ମିଳିବ। ଜୁନ ୧ରୁ ଏହା କାର୍ଯ୍ୟକାରୀ ହେବ।
ବିସିସିଆଇର ଏହି ନିଷ୍ପତ୍ତି ପରେ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଆମର ପୂର୍ବତନ କ୍ରିକେଟରଙ୍କ ଆର୍ଥିକ ଅବସ୍ଥା ପ୍ରତି ଧ୍ୟାନ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖେଳାଳିମାନଙ୍କୁ ଅବସର ପରେ ଏକ ବୋର୍ଡ ଭାବରେ ସେମାନଙ୍କ ପାଖରେ ରହିବା ଆମର କର୍ତ୍ତବ୍ୟ। ଅମ୍ପାୟାରମାନେ ମଧ୍ୟ ହିରୋ ଅଟନ୍ତି ଏବଂ ବିସିସିଆଇ ସେମାନଙ୍କ ଅବଦାନକୁ ପ୍ରକୃତରେ ଗୁରୁତ୍ୱ ଦେଇଥାଏ।
NEWS 🚨- BCCI announces increase in monthly pensions of former cricketers, umpires.
READ -https://t.co/wmjylA1sb4
— BCCI (@BCCI) June 13, 2022