ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଭାରତ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ଭାରତର ତୃତୀୟ ଚାମ୍ପିଅନ୍ସ ଟ୍ରଫି ଥିଲା। ଗତବର୍ଷ ଜୁନ୍ ୨୯ ତାରିଖରେ ଭାରତ ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଥିଲା।
ଟିମ୍ର ଏତେ ବଡ଼ ବଡ଼ ସଫଳତାକୁ ଦେଖି ଗୁରୁବାର ଟିମ୍ ଇଣ୍ଡିଆକୁ ଦିଆଯିବାକୁ ଥିବା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ। ଏହି ପୁରସ୍କାର ରାଶି ଖେଳାଳିମାନଙ୍କ ସହିତ ପ୍ରଶିକ୍ଷକ, ସହାୟକ କର୍ମଚାରୀ ଏବଂ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିର ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ବିସିସିଆଇ ତା’ର ବିବୃତିରେ ପୁରସ୍କାରର ବିସ୍ତୃତ ବିବରଣୀ ଦେଇନାହିଁ।
ହେଲେ ବିସିସିଆଇ ସଭାପତି ରୋଜର ବିନ୍ନି ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି, "କ୍ରମାଗତ ଦୁଇଟି ଆଇସିସି ଟାଇଟଲ୍ ଜିତିବା ସ୍ୱତନ୍ତ୍ର। ଏହି ପୁରସ୍କାର ଟିମ୍ ଇଣ୍ଡିଆର ପ୍ରତିବଦ୍ଧତା ଏବଂ ଉତ୍କର୍ଷତାର ସ୍ୱୀକୃତି ଦେବ।"
ପୂର୍ବରୁ ବିସିସିଆଇ, ଆଇସିସି ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳକୁ ୧୨୫କୋଟି ଟଙ୍କାର ପୁରସ୍କାର ରାଶି ଦେଇଥିଲା। ଏହି ରାଶି ଖେଳାଳିମାନଙ୍କ ସହିତ ପ୍ରଶିକ୍ଷକ, ସହାୟକ କର୍ମଚାରୀ ଏବଂ ଚୟନ କମିଟିର ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଟି-୨୦ ବିଶ୍ୱକପ୍ ପାଇଁ ଏକ ୪୨ ଜଣିଆ ଭାରତୀୟ ଦଳ ଯାଇଥିଲା। ସେମାନଙ୍କ ମଧ୍ୟରେ ୧୫ ଜଣ ଖେଳାଳି ଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ୫ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।
BCCI | Announces Rs 58 Crore As Cash Reward | Champions Trophy
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/20/drFEpzdcLRjWvsply21H.jpg)