ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ବିରାଟ, ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ : ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଶିଖର ଧଓ୍ବନ ଦଳର ନେତୃତ୍ବ ନେବେ । ଦଳକୁ ଦୀପକ ଚହର ଓ ଓ୍ବାସିଂଟନ ସୁନ୍ଦର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଭୟ ଖେଳାଳି ଶେଷ ଥର ପାଇଁ ଗତ ଫେବ୍ରୁଆରି ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ରାହୁଲ ତ୍ରିପାଠୀଙ୍କୁ ବି ଦଳରେ ସାମିଲ କରାଯାଇଛି ।

ବର୍ତ୍ତମାନ ଚାଲିଥିବା ଓ୍ବେଷ୍ଟ ଇଣ୍ଡିଜ୍ ଗସ୍ତରେ ବି ଶିଖର ଧଓ୍ବନ ଦଳର ନେତୃତ୍ବ କରୁଛନ୍ତି । ତାଙ୍କ ନେତୃତ୍ବରେ ଦଳ ଇଣ୍ଡିଜ ବିରୋଧରେ ଦିନିକିଆ ସିରିଜକୁ ୩-୦ରେ ଜିତିଥିଲା । ସେହିପରି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତିଛି ।

ଫର୍ମରେ ନଥିବା ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଚଳିତ ଓ୍ବେଷ୍ଟଇଣ୍ଡିଜ ସିରଜ ପାଇଁ ବି ବିଶ୍ରାମ ଦିଆଯାଇଛି । ଗତ ପ୍ରାୟ ଏକ ବର୍ଷ ହେଲା ବିରାଟ ନିଜର ଫର୍ମକୁ ନେଇ ସଂଘର୍ଷ କରିୁଛନ୍ତି । ରୋହିତ ଶର୍ମାଙ୍କୁ ବି ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ବିଶ୍ରାମ ଦିଆଯାଇଥିଲା । କିନ୍ତୁ ଟି-୨୦ ସିରିଜରେ ସେ ଦଳକୁ ଫେରିଛନ୍ତି ।
ଭାରତୀୟ ଦିନିକିଆ ଦଳ: ଶିଖର ଧୱନ (ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶୁଭମନ ଗିଲ୍, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଇଶାନ କିଷନ, ସଂଜୁ ସାମସନ, ଓ୍ବାସିଂଟନ ସୁନ୍ଦର, ଶାର୍ଦୁଳ ଠାକୁର, କୂଳଦୀପ ଯାଦବ, ଅକ୍ଷର ପଟେଲ, ଆଭେସ ଖାନ୍, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚହର ।

 

 

ସମ୍ବନ୍ଧିତ ଖବର