ବିସିସିଆଇ ସମ୍ମେଳନ ପାଇଁ ମହିଳା ଅଧିନାୟିକାଙ୍କୁ ନିମନ୍ତ୍ରଣ

ମୁମ୍ବାଇ: ବିସିସିଆଇର ଘରୋଇ ଅଧିନାୟକ ଏବଂ ପ୍ରଶିକ୍ଷକ ସମ୍ମେଳନରେ ପ୍ରଥମ ଥର ପାଇଁ ମହିଳା ଅଧିନାୟିକାମାନେ ଅଂଶ ଗ୍ରହଣ କରିବେ। ଅନୁବନ୍ଧିତ ସମସ୍ତ ରାଜ୍ୟର ମହିଳା କ୍ରିକେଟ୍ ଦଳର ଅଧିନାୟିକାଙ୍କୁ ବିସିସିଆଇ ଏଥିଲାଗି ନିମନ୍ତ୍ରଣ ପଠାଇବ। ଏହି ସମ୍ମେଳନ ଗତ ଦେଢ଼ ଦଶନ୍ଧି ଧରି ଆୟୋଜିତ ହୋଇ ଆସୁଥିଲେ ମଧ୍ୟ ଘରୋଇ ମହିଳା ଦଳର ଅଧିନାୟିକାମାନେ କେବେ ବି ଏଥିରେ ଭାଗ ନେଇ ନଥିଲେ। ଏହି ସମ୍ମେଳନ ଚଳିତ ମାସ ୧୭ ତାରିଖରେ ମୁମ୍ବାଇରେ ଆୟୋଜିତ ହେବ। ଏଥିରେ ମହିଳା ଅଧିନାୟିକାମାନେ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ଭଳି ଗତ ଋତୁକୁ ନେଇ ନିଜ ଅଭିଜ୍ଞତା ଏବଂ ଆକଳନ ଉପସ୍ଥାପନା କରିବେ। ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ବିସିସିଆଇ ଆଗକୁ ଘରୋଇ କ୍ରିକେଟ୍‌ର ଉନ୍ନତି ଲାଗି ଯୋଜନା ପ୍ରସ୍ତୁତ କରିବ। ୨୦୧୮-୧୯ ଋତୁରେ ଉଭୟ ପୁରୁଷ ଓ ମହିଳା ବର୍ଗର ବିଭିନ୍ନ ବୟସ ବର୍ଗରେ ମୋଟ ୨୦୨୪ ମ୍ୟାଚ୍ ଆୟୋଜନ ହୋଇଥିଲା। ସେଥିରେ ୬୪୭୧ ପଞ୍ଚିକୃତ ଖେଳାଳି ଅଂଶଗ୍ରହଣ କରିଥିଲେ। ଯାହା ପୂର୍ବ ଋତୁଠାରୁ ୨୦୧୮-୧୯ ଋତୁରେ ୧,୦୦୦ ମ୍ୟାଚ୍ ଅଧିକ ଖେଳ ହୋଇଥିଲା।

ସମ୍ବନ୍ଧିତ ଖବର