ଶ୍ରୀଲଙ୍କା ପରେ ଜିମ୍ବାୱେ ଗସ୍ତ ରଦ୍ଦ କଲା ବିସିସିଆଇ

ମୁମ୍ବାଇ: ଶ୍ରୀଲଙ୍କା ପରେ ଜିମ୍ବାୱେ ଗସ୍ତ ବାତିଲ କଲା ଟିମ ଇଣ୍ଡିଆ | ବିସିସିଆଇ(ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ପକ୍ଷରୁ ଏ ନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି | କୋଭିଡ -୧୯ ମହାମାରୀର ବିପଦକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଜିମ୍ବାୱେ ଗସ୍ତରେ ଯିବାକୁ ଥିବା ଭାରତୀୟ କ୍ରିକେଟ୍ ଦଳର ଯାତ୍ରାକୁ ବିସିସିଆଇ ବାତିଲ କରିଛି। ବିସିସିଆଇ ସଚିବ ଜୟ ଶାହା ଏକ ବିବୃତ୍ତିରେ କହିଛନ୍ତି ଯେ କୋଭିଡ -୧୯ ମହାମାରୀର ବିପଦକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଏବଂ ଜିମ୍ବାୱେ ଗସ୍ତ କରିବ ନାହିଁ।


ଶାହା କହିଛନ୍ତି ଯେ ୨୪ ଜୁନ୍ ୨୦୨୦ ରୁ ଟିମ୍ ଇଣ୍ଡିଆ ତିନିଟି ଦିନିକିଆ ଏବଂ ତିନିଟି ଟି -୨୦ ପାଇଁ ଶ୍ରୀଲଙ୍କା ଗସ୍ତ କରିବାର ଥିଲା | ଏହା ପରେ ୨୨ ଅଗଷ୍ଟ ୨୦୨୦ ରୁ ଜିମ୍ବାୱେରେ ତିନୋଟି ଦିନିକିଆ ସିରିଜ୍ ଖେଳିବାକୁ ଥିଲା। ତେବେ ଜିମ୍ବାୱେ ଗସ୍ତକୁ ବାତିଲ କରାଯାଇଛି | ଏଠାରେ ସୂଚନା ଥାଉ କି ଗତକାଲି କୋଭିଡ୍‌-୧୯ ମହାମାରୀ ଯୋଗୁଁ ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତ ବାତିଲ ହୋଇଯାଇଥିଲା ।

ବୁଧବାର ଭାରତ ଶ୍ରୀଲଙ୍କା ଗସ୍ତ ପାଇଁ ରାଜି ଥିବା ଜଣାଇଥିଲା ବେଳେ ଗୁରୁବାର ଉଭୟ ବୋର୍ଡର ସହମତିରେ ଗସ୍ତ ସୂଚୀ ପୂରା ବାତିଲ ହୋଇଯାଇଥିଲା। କରୋନା ମହାମାରୀ ପରିସ୍ଥିତି ଏବେ ବି ଅସ୍ପଷ୍ଟ ରହିଥିବ‌ାରୁ ଖେଳାଳି, ଦର୍ଶକ ଓ ଅଧିକ‌ାରୀମାନଙ୍କ ନିରାପତ୍ତାକୁ ଗୁରୁତ୍ବ ଦେଇ ଉଭୟ ବୋର୍ଡ ସ୍ଥଗିତ ପାଇଁ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର