ସୂଚନା ଅଧିକାରୀ ଆଇନରେ ଅର୍ନ୍ତର୍ଭୁକ୍ତ ହେଲା ବିସିସିଆଇ,

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସୂଚନା ଅଧିକାରୀ ଆଇନ (ଆରଟିଆଇ)ର ଅନ୍ତର୍ଭୁକ୍ତ ହେବ । ଅର୍ଥାତ ବିସିସିଆଇ ଏଣିକି ଦେଶବାସୀଙ୍କୁ ଉତ୍ତର ଦେବାକୁ ବାଧ୍ୟ ହେବ । ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା କମିଶନ । କମିଶନ ନିଜ ରାୟରେ କହିଛନ୍ତି ଯେ ବିସିସିଆଇର କାର୍ଯ୍ୟ, ତାହାର କାର୍ଯ୍ୟପରିସର ଓ କାର୍ଯ୍ୟର ପ୍ରକୃତି ଦୃଷ୍ଟିରୁ ତାହା ସୂଚନା ଆଇନର ଧାରା ୨(ଏଚ) ର ଅନ୍ତର୍ଭୁକ୍ତ ହେଉଛି । କେନ୍ଦ୍ରୀୟ ସୂଚନା କମିଶନର ଶ୍ରୀଧର ଆଚାର୍ଯ୍ୟଲୁ କହିଛନ୍ତି ଯେ ଦେଶରେ କ୍ରିକେଟ କ୍ଷେତ୍ରରେ ବିସିସିଆଇର ଏକାଧିପତ୍ୟ ରହିଛି । ସେ ମଧ୍ୟ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ, ସହକାରୀ ସୂଚନା ଅଧିକାରୀ ଓ ପ୍ରଥମ ଅଭିଯୋଗ ଅଧିକାରୀ ନିଯୁକ୍ତ ପାଇଁ ବିସିସିଆଇ ଅଧ୍ୟକ୍ଷ, ସଚିବ ଓ ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିଆଇସିଙ୍କ ଏହି ନିର୍ଦ୍ଦେଶ ପରେ ଲୋକମାନେ ଏଣିକି ଆରଟିଆଇ ଆବେଦନ କରି ବିସିସିଆଇଠାରୁ ତଥ୍ୟ ମାଗିପାରିବେ ।

ସମ୍ବନ୍ଧିତ ଖବର