ବିସିସିଆଇ ଚୁକ୍ତି: ଜାଦେଜା, ଅକ୍ଷରଙ୍କ ପଦୋନ୍ନତି, ରାହୁଲଙ୍କ ଅବନତି

ନୂଆଦିଲ୍ଲୀ : ବିସିସିଆଇ କେନ୍ଦ୍ରୀୟ ଚୁକ୍ତିର ସଦ୍ୟତମ ତାଲିକା ପ୍ରକାଶ ପାଇଛି। ବର୍ଡର ଗାଭାସ୍କର ଟ୍ରଫିରେ ପ୍ଲେୟାର୍ ଅଫ୍‌ ଦି ସିରିଜ୍ ବିବେଚିତ ରବୀନ୍ଦ୍ର ଜାଦେଜାଙ୍କୁ ଏଲିଟ୍‌ ଗ୍ରେଡ୍‌-ଏ ପ୍ଲସ୍‌କୁ ପଦୋନ୍ନତି ମିଳିଛି। ଅକ୍ଷର ପଟେଲ ଗ୍ରେଡ୍‌-ଏକୁ ଉଠିଛନ୍ତି। ଖରାପ ଫର୍ମ କାରଣରୁ କିନ୍ତୁ କେଏଲ୍ ରାହୁଲ ଗ୍ରେଡ୍‌-ବିକୁ ଖସିଯାଇଛନ୍ତି। ଭୁବନେଶ୍ବର କୁମାର, ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମାଙ୍କୁ କୌଣସି ଚୁକ୍ତିରେ ରଖାଯାଇନାହିଁ। ଫଳରେ ଏମାନଙ୍କ ଜାତୀୟ ଦାୟିତ୍ବ ଶେଷ ହୋଇଗଲା ବୋଲି ଧରିନେବାକୁ ପଡ଼ିବ। ଦୁର୍ଘଟଣାରେ ପଡ଼ି ଦଳଠାରୂ ଦୂରେଇ ରହିଥିବା ଋଷଭ ପନ୍ତ୍‌ କିନ୍ତୁ ଗ୍ରେଡ୍‌-ଏ ଚୁକ୍ତି ବଜାୟ ରଖିଛନ୍ତି।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି
ଗ୍ରେଡ୍‌-୧+ (୭‌ କୋଟି): ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା। ଗ୍ରେଡ୍‌-ଏ (୫‌ କୋଟି): ହାର୍ଦିକ ପାଣ୍ଡ୍ୟା, ଆର୍‌ ଅଶ୍ବିନ, ମହମ୍ମଦ ସାମି, ଋଷଭ ପନ୍ତ୍‌, ଅକ୍ଷର ପଟେଲ୍‌। ଗ୍ରେଡ୍-ବି (୩‌ କୋଟି): ଚେତେଶ୍ବର ପୂଜାରା, କେଏଲ୍ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ୍‌। ଗ୍ରେଡ୍‌-ସି (୧ କୋଟି): ଉମେଶ ଯାଦବ, ଶିଖର ଧାୱନ, ଶାର୍ଦୁଳ ଠାକୁର, ଈଶାନ କିଶନ, ଦୀପକ ହୁଡ଼ା, ୟୁଝବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ୱାସିଂଟନ୍ ସୁନ୍ଦର, ସଂଜୁ ସାମସନ୍‌, ଅର୍ଶଦୀପ ସିଂହ, କେଏସ୍ ଭରତ।

ଆଇପିଏଲ୍‌ରୁ ବାସନ୍ଦ ହେବେ ଶ୍ରୀଲଙ୍କା-ବାଂଲାଦେଶ ଖେଳାଳି !
ଭବିଷ୍ୟତ ଆଇପିଏଲ୍‌ ଖେଳାଳି ନିଲାମରେ ବାଂଲାଦେଶ ଓ ଶ୍ରୀଲଙ୍କା ଖେଳାଳିଙ୍କୁ ବିସିସିଆଇ ଛାୟା ବାସନ୍ଦ କରିବ ବୋଲି ବିଚାର କରୁଛି। ଆଇପିଏଲ୍‌ ପାଇଁ ସମ୍ପୂର୍ଣ୍ଣ ଉପଲବ୍ଧ ହେଉନଥିବାରୁ ଏଭଳି ଚିନ୍ତା କରିଛି ବିସିସିଆଇ।

ସମ୍ବନ୍ଧିତ ଖବର