ବିସିସିଆଇ ଏ-ପ୍ଲସ ତାଲିକାରେ ସ୍ଥାନ ପାଇଲେନି ଶିଖର ଧାଓ୍ଵନ-ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅନୁବନ୍ଧ ତାଲିକା ଗୁରୁବାର ରାତି ଜାରି ହୋଇଛି। ଏହି ତାଲିକାରେ ଓପନର ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ୍‌ ଓ ଓପନର୍‌ ବୋଲର ଭୁବନେଶ୍ୱର କୁମାରଙ୍କୁ ସ୍ଥାନ ମିଳି ନାହିଁ।

କାହାକୁ କ’ଣ ମିଳିଥାଏ (ପୁରୁଷ)

ଏ-ପ୍ଲସ: ୭ କୋଟି ଟଙ୍କା
ଏ-ଗ୍ରେଡ: ୫ କୋଟି ଟଙ୍କା
ବି-ଗ୍ରେଡ: ୩ କୋଟି ଟଙ୍କା
ସି-ଗ୍ରେଡ: ୧ କୋଟି ଟଙ୍କା

ରିପୋର୍ଟ ଅନୁସାରେ ବିସିସିଆଇ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଲାଗି ବାର୍ଷିକ ଅନୁବନ୍ଧ ଘୋଷଣା କରିଛି। ନୂତନ ଅନୁବନ୍ଧ ଅନୁସାରେ ଅଧିନାୟକ ବିରାଟ କୋହଲି, ଦିନିକିଆ ଉପ-ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଏ-ପ୍ଲସ ତାଲିକାରେ ରଖାଯାଇଛି। ବସିସିଆଇ ଯୁବ ଓ୍ଵିକେଟକିପର ଋଷଭ ପନ୍ତଙ୍କୁ ଏ-ଗ୍ରେଡ୍‌ରେ ସ୍ଥାନ ଦେଇଛି। ମାତ୍ର ବିଗତ କିଛି ମାସରେ ଭଲ ପ୍ରଦର୍ଶନ କରିଥିବା ପୃଥ୍ଵୀ ସଙ୍କୁ ଏହି ଏ-ଗ୍ରେଡରେ ସ୍ଥାନ ମିଳି ନାହିଁ।

ବିସିସିଆଇ ଅନୁବନ୍ଧ ତାଲିକା

ଏ-ପ୍ଲସ: ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା
ଏ-ଗ୍ରେଡ: ମହେନ୍ଦ୍ର ସିଂହ ଧୋନି, ଶିଖର ଧାଓ୍ଵନ, ଋଷଭ ପନ୍ତ, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମା, କୁଲଦୀପ ଯାଦବ, ମହମ୍ମଦ ସାମି
ବି-ଗ୍ରେଡ: ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ୍‌ ରାହୁଲ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ
ସି-ଗ୍ରେଡ: କେଦାର ଯାଦବ, ଦିନେଶ କାର୍ତ୍ତିକ, ଅମ୍ବାତି ରାୟଡୁ, ମନୀଷ ପାଣ୍ଡେ, ହନୁମା ବିହାରୀ, ଖଲିଲ ଅହମଦ, ଋଦ୍ଧିମାନ ସାହା

ଏ-ପ୍ଲସ ଗ୍ରେଡରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ। ବିରାଟ କୋହଲି ଏବଂ ଯଶପ୍ରୀତ ବୁମରା ତିନିଟି ଫର୍ମାଟ (ଟେଷ୍ଟ, ଦିନିକିଆ ଓ ଟି-୨୦)ରେ ମୁଖ୍ୟ ଖେଳାଳି। ରୋହିତ ଶର୍ମା ଟେଷ୍ଟ ଟିମରୁ ବାହାରେ ରୁହନ୍ତି।

ସମ୍ବନ୍ଧିତ ଖବର