ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ଲାଗି ଘୋଷଣା ହେଲା ଭାରତୀୟ ଦଳ; ବାଦ୍ ପଡ଼ିଲେ ମହେନ୍ଦ୍ର ସିଂ ଧୋନି

ମୁମ୍ବାଇ: ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଆଜି ଦଳ ଘୋଷଣା କରିଛି ବିସିସିଆଇ । ଭାରତୀୟ ଦଳରୁ ବାଦ ପଡିଛନ୍ତି ମହେନ୍ଦ୍ର ସିଂ ଧୋନି।  ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ, ଧୋନିଙ୍କୁ ନେଇ ବେଶ ଆଶାବାଦୀ ଥିଲେ ଓଡ଼ିଶାବାସୀ । ତେବେ ଧୋନିଙ୍କ ନଆସିବା ଖବର ଅନେକ କ୍ରୀଡାପ୍ରେମୀଙ୍କୁ ବ୍ୟଥିତ କରିଛି । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିପାକ୍ଷିକ ସିରିଜ୍ । ଏହି ସିରିଜରେ ତିନିଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ ।

ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟିମ୍ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେ ଏଲ ରାହୁଲ, ଋଷଭ ପନ୍ଥ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ଦୀପକ ଚହର ଏବଂ ଭୁବନେଶ୍ୱର କୁମାର ।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେ ଏଲ ରାହୁଲ, ଋଷଭ ପନ୍ଥ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଙ୍ଗଟନ୍ ସୁନ୍ଦର, ମହମ୍ମଦ ଶାମି, ଦୀପକ ଚହର ଏବଂ ଭୁବନେଶ୍ୱର କୁମାର ।

ସମ୍ବନ୍ଧିତ ଖବର