ଆଇପିଏଲ୍‌ ଆୟୋଜନ ନେଇ ଚୂଡ଼ାନ୍ତ ନି‌ଷ୍ପତ୍ତି ହୋଇନାହିଁ: ବିସିସିଆଇ

ମୁମ୍ବାଇ: ଦେଶ ବର୍ତ୍ତମାନ କୋଭିଡ-୧୯ ବିରୋଧରେ ସଂଗ୍ରାମ ଜାରି ରଖିଥିବାରୁ ଏଭଳିସ୍ଥିତିରେ ଚଳିତ ବର୍ଷର ଆଇପିଏଲ୍‌ ଆୟୋଜନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ‌‌େହାଇପାରିନଥିବା ସୋମବାର ବିସିସିଆଇ ସୂତ୍ରରୁ ସୂଚନା ମିଳିଛି। ତଥାପି ବୋର୍ଡ ସ୍ଥିତି ଉପରେ ନଜର ରଖିଛି। ବିସିସିଆଇ ଏଥିପ୍ରତି ଯତ୍ନବାନ ଅଛି ଏବଂ ଏହାର ହିତାଧିକାରୀଙ୍କ ସୁସ୍ଥ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇଛି। ଆଇପିଏଲ୍‌ ସହିତ ଜଡ଼ିତ ସମସ୍ତେ ଯେପରି ଏକ ସୁରକ୍ଷିତ କ୍ରିକେଟ୍‌ ଅଭିଜ୍ଞତା ପାଇପାରିବେ ସେଥିପାଇଁ ବୋର୍ଡ ସଜାଗ ରହିଥିବା ମତ ଦିଆଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ସହିତ ମିଶିକରି ନୀତିନିୟମକୁ ବର୍ତ୍ତମାନ ପାଳନ କରାଯିବ ବୋଲି ମତ ଦିଆଯାଇଛି। ସୂଚନାଯୋଗ୍ୟ, ଆଇପିଏଲ୍‌ର ୧୩ତମ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ୱାଙ୍ଖଡ଼େ ଷ୍ଟାଡିୟମରେ ପ୍ରାରମ୍ଭିକ ମୁକାବିଲା ହେବାକୁ ସ୍ଥିର ହୋଇଥିଲା। କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର