ସବୁଠୁ ବଡ଼ ଜର୍ସି ତିଆରି କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କଲା ବିସିସିଆଇ

ନୂଆଦିଲ୍ଲୀ: ସବୁଠୁ ବଡ଼ ଜର୍ସି ତିଆରି କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କଲା ବିସିସିଆଇ। ରବିବାର ଦିନ ଆଇପିଏଲ-୨୦୨୨ର ଶେ‌ଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ବେଳେ ମ୍ୟାଚ ପୂର୍ବରୁ ବିସିସିଆଇ ପକ୍ଷରୁ ସବୁଠୁ ବଡ଼ ଧଳା ଜର୍ସି ପ୍ରଦର୍ଶିତ କରାଯାଇଥିଲା। ଏହା ଆଇପିଏଲ-୨୦୨୨ର ୧୫ତମ ସଂସ୍କରଣ ହୋଇଥିବାରୁ ଜର୍ସି ଉପରେ ସଂଖ୍ୟା ୧୫ ରହିଥିଲା। ଏହା ସହ ଆଇପିଏଲରେ ସାମିଲ ହୋଇଥିବା ୧୦ଟି ଦଳର ଲୋଗୋ ମଧ୍ୟ ରହିଥିଲା।

ତେବେ ସବୁଠୁ ବଡ଼ ଜର୍ସି ତିଆରି କରିଥିବାରୁ ରବିବାରର ଉଦଯାପନୀ ସମାରୋହରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ବିସିସିଆଇ ସଚିବ ଜୟ ଶାହା ଏବଂ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ତେବେ ଦୀର୍ଘ ୬୪ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଘମାଘୋଟ ଲଢ଼େଇ ଏବଂ ୭୩ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)-୨୦୨୨ର ବହୁ ପ୍ରତୀକ୍ଷିତ ମେଗାଫାଇନାଲ୍ ମ୍ୟାଚ ଆରମ୍ଭ ହୋଇଥିଲା। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିଥିଲା। ବିଶ୍ବର ସବୁଠାରୁ ଚର୍ଚ୍ଚିତ ତଥା ଧନୀ ‌ଟ୍ବେଣ୍ଟି-୨୦ ମହାକୁମ୍ଭର ମହାମୁକାବିଲାରେ ପଦାର୍ପଣକାରୀ ଗୁଜରାଟ ଟାଇଟନ୍ସକୁ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ଭେଟିଛି।

ସମ୍ବନ୍ଧିତ ଖବର