ବିସିସିଆଇକୁ ୫୨ କୋଟି ଜରିମାନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)କୁ ବୁଧବାର ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ୫୨.୨୪ କୋଟି ଟଙ୍କାର ଜରିମାନା କରିଛନ୍ତି। ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଗଣମାଧ୍ୟମ ଅଧିକାର ଚୁକ୍ତିକୁ ନେଇ ଗତ ୩ ବର୍ଷର ଆର୍ଥିକ ସଂପର୍କିତ କାରବାର ଉପରେ ଆନୁମାନିକ ହାରାହାରି ୪.୪୮ ପ୍ରତିଶତ ଜରିମାନା ବିସିସିଆଇ ଉପରେ ଲଦି ଦିଆଯାଇଛି। ପୂର୍ବରୁ ୨୦୧୩ରେ ମଧ୍ୟ ବିସିସିଆଇକୁ ସିସିଆଇ ଜରିମାନା ଦଣ୍ଡ ଦେଇଥିଲେ। ସିସିଆଇର କହିବା ଅନୁଯାୟୀ ଗତ ୩ ଆର୍ଥିକ ବର୍ଷ (୨୦୧୩-୧୪, ୨୦୧୪-୧୫ ଓ ୧୦୧୫-୧୬)ରେ ବିସିସିଆଇର ହାରାହାରି କାରବାର ୧,୧୬୪.୭ କୋଟି ଟଙ୍କା ରହିଛି। ଆୟୋଗ ଏହାର ୪୪ ପୃଷ୍ଠା ସମ୍ବଳିତ ନିର୍ଦେଶରେ ଏହି ଜରିମାନା ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର