Women’s World Cup 2025:: ୨୦୨୫ ମହିଳା ଏକଦିବସୀୟ ବିଶ୍ୱକପ କ୍ରିକେଟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅଷ୍ଟ୍ରେଲିଆ ମହିଳା ଦଳ (Australia Women's Cricket team) ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣାର ସମ୍ମୁଖୀନ ହୋଇଛି। ୨୩ ଅକ୍ଟୋବର ଗୁରୁବାର ସକାଳେ ଜଣେ ବାଇକ୍ ଚାଳକଙ୍କ ଦ୍ୱାରା ଦୁଇ ଜଣ ଅଷ୍ଟ୍ରେଲିଆ ମହିଳା ଖେଳାଳିଙ୍କୁ ଅସଦାଚରଣ କରାଯାଇଥିଲା। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ଏବେ ଭାରତୀୟ କ୍ରିକେଟ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିରୋଧୀ ଦଳମାନେ ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଛନ୍ତି । ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏହି ଘଟଣାରେ ନୀରବତା ଭାଙ୍ଗିଛି । ଏହି ଘଟଣାକୁ ଦେଶ ପାଇଁ ଅପମାନ ବୋଲି ବୋର୍ଡ କହିଛି।
କଣ କହିଲା ବିସିସିଆଇ ?
ଏ ସମ୍ପର୍କରେ BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି, "ସମ୍ପୂର୍ଣ୍ଣ ଘଟଣାଟି ନିନ୍ଦନୀୟ। ଏପରି ଘଟଣା ଘଟିବା ଉଚିତ୍ ନୁହେଁ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।" ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି, "ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏପରି ଘଟଣା ଅପମାନ ଆଣିଥାଏ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆମେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶଂସା କରୁଛୁ। ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଆଇନକୁ ତାର କାର୍ଯ୍ୟ କରିବାକୁ ପଡିବ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/25/bcci-2025-10-25-19-56-09.png)